www.samajalive.in
Saturday, December 13, 2025
27.1 C
Bhubaneswar

ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ଭୁର୍ଷିବାଞ୍ଜି ଗାଁ ସ୍ତବ୍ଧ

ପାଟଣାଗଡ/ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତର ଭୁର୍ଷିପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତି ସାଢେ ୮ଟା ବେଳେ ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଖବର ଜଣାପଡିବା ପରେ ଗାଁ ଲୋକେ ସ୍ତବ୍ଧ ହୋଇଛନ୍ତି। ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇ ମୃତକଙ୍କ ଶବ ବୁଧୁବାର ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।

ମଙ୍ଗଳବାର ରାତିରେ ଖାଇ ସାରି ଶୋଇବା ଘରକୁ ଯାଇଥିଲେ ଗାଁର ୬୦ ବର୍ଷୀୟ ଅମର ବାଗ। ତେବେ ଗୋଟିଏ କଠୋରୀରୁ ଅନ୍ୟ ଏକ କଠୋରୀକୁ ଲାଇନ୍‍ ତାର ଟଣା ହୋଇଛି। କିନ୍ତୁ ଘରର ଲୁହା କବାଟ ସହ ଘଷି ହୋଇ ଲାଇନ୍‍ ତାର ଛିଣ୍ଡି ଯାଇଥିଲା। ଲୁହା କବାଟରେ ବିଦ୍ୟୁତ ସରବରାହ ରହିଥିଲା। ଶୋଇବା ପାଇଁ ଯାଉଥିବା ଅମର ଲୁହା କବାଟକୁ ଛୁଇଁବା କ୍ଷଣି ଘଟଣାସ୍ଥଳରେ ବିଦ୍ୟୁତ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିଲା। ଲୁହା କବାଟକୁ ଲାଗି ଅମରଙ୍କ ମୃତ ଦେହ ପଡିଥିଲା। କିଛି ସମୟ ପରେ ସ୍ତ୍ରୀ ସପୁର ବାଗ ସ୍ୱାମୀଙ୍କୁ ପଡିଥିବା ଦେଖି ପାଖକୁ ଯାଇଥିଲେ। ବାରମ୍ବାର ଡାକିବା ପରେ ବି ସ୍ୱାମୀ ନ ଶୁଣିବାରୁ କ’ଣ ହୋଇଛି ବୋଲି ସ୍ୱାମୀଙ୍କୁ ଛୁଇଁଥିଲେ। ଆଉ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ ସପୁର। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଖପ୍ରାଖୋଲ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଅମର ଓ ୫୫ ବର୍ଷୀୟ ସପୁରଙ୍କ ମୃତ୍ୟୁ ପରେ ଗାଁରେ ଶୋକର ମାହୋଲ। ଗାଁ ଲୋକେ ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ରହିଥିଲେ ଭୁର୍ଷିବାଞ୍ଜି ଗାଁ ଲୋକେ। ଗତ ବର୍ଷ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲା।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories