ଓଡିଶାରେ ଅମିତ ଶାହା

0

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଭୁବନେଶ୍ବରରେ ପଞ୍ଚିଛନ୍ତି । ପୂର୍ବାହ୍ନ ୧୧ଟା ୧୦ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଶ୍ରୀ ଶାହା ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ସ୍ୱାଗତ ଜଣାଇଥିଲେ । ପରେ ସିଧାସଳଖ ଶ୍ରୀ ଶାହା ବିଜେପି କାର୍ଯ୍ୟାଳୟ ଯାଇଥିଲେ ।

ସେଠାରେ ସେ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦଳର ରାଜ୍ୟ ପଦାଧିକାରୀ, କାର୍ୟ୍ୟକାରିଣୀ ସଦସ୍ୟ, ଜିଲା ପ୍ରଭାରୀ, ସୋସିଆଲ ମିଡିଆ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସମେତ ସମସ୍ତ ଛାମୁଆଁ ସଙ୍ଗଠନର ସଦସ୍ୟ ଓ ଜିଲ୍ଲା ପ୍ରଭାରୀ ମାନଙ୍କ ସହିତ ଆଲୋଚନା କରିବେ ଶ୍ରୀ ଶାହା ।

Leave A Reply