www.samajalive.in
Sunday, December 7, 2025
26.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟା ରହସ୍ୟ, ଫୋରେନସିକ ଲ୍ୟାବ୍ ଗଲା ସୁଇସାଇଡ଼ ନୋଟ୍‌

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଷ୍ଟେସନ ନିକଟ ରେଳଧାରଣା ଉପରୁ ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ଗତ ୭ ତାରିଖ ଭୋର୍‌ରୁ ଠାବ ହେବା ପରେ ଏହାକୁ ନେଇ ସବୁଠି ଗୋଟିଏ ଚର୍ଚ୍ଚା ଥିଲା ତାଙ୍କୁ ହତ୍ୟା କଲା କିଏ ? ଘଟଣାର ଦୁଇ ଦିନ ପରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ଜୋର୍‌ ଧରିଲା। ପୁଲିସକୁ ଏନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ହସ୍ତଗତ ହେବାରେ ଲାଗିଛି। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପ୍ରଶଂସକ ବିଶ୍ବାସ କରି ପାରୁନାହାନ୍ତି। କେତେକ ସାମାଜିକ ଗଣମାଧ୍ୟମ ତାଙ୍କ ପ୍ରସଙ୍ଗରେ କଦର୍ଥ କରି ଖବର ପ୍ରକାଶ କରୁଥିବାରୁ ଏହାକୁ ନେଇ ଆଦିତ୍ୟଙ୍କ ଦ୍ବାରା ଗଠିତ ପିପୁଲ ଫର ସେବା ଟ୍ରଷ୍ଟର ସଦସ୍ୟ ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି।

ଆଦିତ୍ୟଙ୍କ ୪ ପୃଷ୍ଠାର ସୁଇସାଇଡ଼ ନୋଟ୍‌ ପ୍ରଥମ କିଛି ଧାଡ଼ିକୁ ଉଦ୍ଧୃତ କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ, ତାଙ୍କ ପାଖରେ ମୃତ୍ୟୁ ଆସି ପହଞ୍ଚି ଯାଇଛି। ସେ ଲେଖିଥିଲେ, ‘ପ୍ରିୟ ପପୁ, ବିକାଶ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନେ। ମୃତ୍ୟୁ କେତେବେଳେ କେଉଁ ବାଟରେ ଆସି କାହା ପାଖରେ ପହଞ୍ଚି ଯାଏ ସେ କଥା କେହି ବି ଜାଣିନାହାନ୍ତି। ଆଜି ଠିକ୍‌ ସେମିତି ମୋ ପାଖରେ ଆସି ମୃତ୍ୟୁ ଉପସ୍ଥିତ। କହନ୍ତି କି ଯିଏ ଯେତିକିଦିନ ପାଇଁ ଏ ଦୁନିଆକୁ ଆସିଛି ସେତେ ଦିନ ହିଁ ରହିବ। ମୋର ବି ବୋଧେ ଶେଷ ସମୟ ଆସି ଯାଇଛି।’ ତେବେ ଏହି ଚିଠିର କେତେକ ଧାଡ଼ିରୁ ସ୍ପଷ୍ଟ ହେଉଛି ଆଦିତ୍ୟ କେମିତି ଜାଣିଲେ ମୃତ୍ୟୁ ଆସି ତାଙ୍କ ପାଖରେ ପହଞ୍ଚିଲା। ତେଣୁ ସେ ତାଙ୍କ ଚିଠିରେ ଆତ୍ମହତ୍ୟା ପାଇଁ ଇଙ୍ଗିତ ଦେଇଥିଲେ। ଏହି ହସ୍ତାକ୍ଷର ଯାଞ୍ଚ ପାଇଁ ଫୋରେନସିକ ଲ୍ୟାବ୍ ପଠାଯାଇଛି।

- Advertisement -

ସିସିଟିଭି ଫୁଟେଜ୍‌ ସଂଗ୍ରହ

ରେଳବାଇ ପୁଲିସ ଆଦିତ୍ୟଙ୍କ ସମ୍ପର୍କରେ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ରାତି ପ୍ରାୟ ୭ଟା ୪୫ରେ ପାଖାପାଖି ଆଦିତ୍ୟ ଘରୁ ବାହାରି ଯାଇଥିବା ପୁଲିସ ଅନୁମାନ କରୁଛି। ତାଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ‌ଦୋକାନ ସାମ୍‌ନାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ୭ଟା ୪୯ ମିନିଟ୍‌ରେ ସେ ଅତିକ୍ରମ କରିଥିଲେ। ସେହିପରି ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ୮ଟା ୨୦ରୁ ୮ଟା ୩୦ ମିନିଟ୍‌ ମଧ୍ୟରେ ମୃତ୍ୟୁ ଘଟିଛି। ତେବେ ଆଦିତ୍ୟ ରେଳଷ୍ଟେସନରେ ପହଞ୍ଚିବା ପରେ କିଛି ସମୟ ସେଠାରେ ବସିଛନ୍ତି। ଯାହାକୁ ସ୍ଥାନୀୟ ବସ୍ତିବାସିନ୍ଦା ଦେଖିଛନ୍ତି। ଏପରିକି ଟ୍ରେନ୍‌ ସାମ୍‌ନାରେ ଠିଆ ହେବା ମଧ୍ୟ ଦେଖିଛନ୍ତି।

ସମ୍ପର୍କୀୟଙ୍କ ଦୋଷ ଠେଲାଠେଲି

ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଜାଣିବା ଲାଗି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ବେଳେ ପତ୍ନୀ ବିଦ୍ୟାଶ୍ରୀ ଏବଂ ପିପୁଲ୍‌ ଫର ସେବା ଟ୍ରଷ୍ଟର ସଦସ୍ୟଙ୍କ ମଧ୍ୟରେ ଦୋଷ ଠେଲାଠେଲି ଆରମ୍ଭ ହୋଇଯାଇଛି। ଟ୍ରଷ୍ଟର ଟଙ୍କା ନେଣଦେଣକୁ ନେଇ ଆଦିତ୍ୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପତ୍ନୀ ଦାବି କରୁଛନ୍ତି। ସଦସ୍ୟ ପପୁକୁ ୭୦ ହଜାର ଟଙ୍କା ଆଦିତ୍ୟ ଟ୍ରଷ୍ଟରୁ ଦେଇଥିଲେ। ତାକୁ ଫେରାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ନିଜେ ମଧ୍ୟ ୫୦ ହଜାର ଟଙ୍କା ବାହାଘର ପାଇଁ ନେଇଥିଲେ। ତାକୁ ଫେରାଇ ପାରି ନ ଥିବା ଉଲ୍ଲେଖ କରିଛନ୍ତି। ଟ୍ରଷ୍ଟ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଛି। ଏପରିକି ବୃଦ୍ଧାଶ୍ରମ ପାଇଁ ଜମି କିଣିବାକୁ ସେ ଟଙ୍କା ରଖିଥିଲେ। ଟଙ୍କା ଏକମାତ୍ର କାରଣ ନୁହେଁ ତାଙ୍କ ମୃତ୍ୟୁ ପାଇଁ। ଏଭଳି କ’ଣ ଘଟଣା ତାଙ୍କୁ ବଞ୍ଚି ନ ରହିବାକୁ ବାଧ୍ୟ କରିଥିଲା ତାକୁ ଖୋଜିବା ଲାଗି ସବୁ ସ୍ତରରେ ଦାବି ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories