ମୋଦୀଙ୍କୁ ଓୱେସୀଙ୍କ ଖୋଲା ଆହ୍ବାନ

0

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହାଙ୍କୁ ହାଇଦରାବାଦ୍‍ରୁ ନିର୍ବାଚନ ଲଢିବାକୁ ଏଠାକାର ସାଂସଦ ତଥା ଏଆଇଏମ୍‍ଆଇଏମ୍‍ ନେତା ଅସଦୁଦ୍ଦିନ୍‍ ଓୱେସୀ ଶନିବାର ଖୋଲା ଖୋଲି ଆହ୍ବାନ ଦେଇଛନ୍ତି। ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟ ଏହି ଆସନରୁ ଜିତି ଦେଖାନ୍ତୁ ବୋଲି ସେ କହିଛନ୍ତି। ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ହାଇଦରାବାଦ୍‍ ଲୋକସଭା ଆସନ ତାଙ୍କଠାରୁ ଛଡାଇ ନେବାକୁ ସମସ୍ତ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। କିନ୍ତୁ ବିଜେପି ଏବଂ କଂଗ୍ରେସ ଯଦି ମିଳିତ ଭାବେ ଏହି ଆସନରୁ ନିର୍ବାଚନ ଲଢନ୍ତି ତଥାପି ମଧ୍ୟ ଏଠାରୁ ଜିତିବା ସେମାନଙ୍କ ପକ୍ଷେ କଷ୍ଟକର ହେବ। ହାଇଦରାବାଦ୍‍ରେ ତାଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave A Reply