www.samajalive.in
Saturday, December 6, 2025
14.1 C
Bhubaneswar

ସୁଶାନ୍ତଙ୍କ ମୃତ୍ୟୁରେ ସଲମାନ, ଶାହରୁଖ, ଆମିର ଚୁପ୍‌ କାହିଁକି ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୈତିକ ମୋଡ଼ ନେଇଛି। ଏହାକୁ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ଲାଗି ସୁବ୍ରମଣ୍ୟମ ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ସହିତ ଛିଡ଼ା ହୋଇଛନ୍ତି। ସେ ଏବେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହା ସହିତ ସେ ବଲିଉଡ୍‌ର ୩ ଖାନ୍‌ଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ବର୍ଷିଛନ୍ତି।

ସୁବ୍ରମଣ୍ୟମ ଏକ ଟ୍ବିଟ୍‌ କରି ଶାହରୁଖ ଖାନ୍‌, ସଲମାନ ଖାନ୍‌ ଏବଂ ଆମିର ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ୩ କଳାକାରଙ୍କ ନୀରବତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସୁବ୍ରମଣ୍ୟମ ଲେଖିଛନ୍ତି, ଏବେ ବଲିଉଡ୍‌ର ବାହୁବଳୀ ସଲମାନ, ଶାହରୁଖ ଏବଂ ଆମିର ସୁଶାନ୍ତଙ୍କ ମୃତ୍ୟୁ ଉପରେ କାହିଁକି ଚୁପ୍‌ ରହିଛନ୍ତି ? ସେମାନେ କାହିଁକି କିଛି କହୁ ନାହାନ୍ତି ?

- Advertisement -

ଏହି ୩ ବଡ଼ ଅଭିନେତା ସୁଶାନ୍ତଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପ୍ରଶଂସକଙ୍କ ନଜରରେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ସେ ନେପୋଟିଜମର ଶିକାର ହୋଇଛନ୍ତି। ତେଣୁ ଏହାର ସିବିଆଇ ତଦନ୍ତ କରାଇବାକୁ ସୁଶାନ୍ତଙ୍କ ପ୍ରଶଂସକମାନେ ଦାବି କରିଛନ୍ତି। ଏବେ ସୁବ୍ରମଣ୍ୟମ ଟ୍ବିଟ୍‌ କରି ୩ ଖାନ୍‌ଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେମାନେ କ’ଣ ପାଇଁ ସୁଶାନ୍ତଙ୍କ ଲାଗି ନ୍ୟାୟ ଦାବି କରୁନାହାନ୍ତି। ସୁବ୍ରମଣ୍ୟମଙ୍କ ଏହି ପୋଷ୍ଟ ଉପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଖୋଲାଖୋଲି ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ କହିଛନ୍ତି, ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ଜେଲ୍‌ ହୋଇଥିଲା ସେତେବେଳେ ବଲିଉଡ୍‌ର ସମସ୍ତ କଳାକାର ଛିଡ଼ା ହୋଇଥିଲେ। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଏଭଳି ଦେଖିବାକୁ ମିଳିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories