www.samajalive.in
Saturday, December 6, 2025
14.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ଲେମ୍ବୁ ରସରେ ମିଶାନ୍ତୁ ଏହି ଜିନିଷ

– ଏକ ପାତ୍ରରେ ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ, ଆଖୁ ରସ ମିଶାଇ ଦିଅନ୍ତୁ। ଏହାକୁ ତ୍ୱଚାରେ ଲଗାଇ ୫ ମିନିଟ ମାଲିସ କରନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ।
ଏକ ପାତ୍ରରେ ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଓଟସ, ୧ ଚାମଚ କ୍ଷୀର ଅଳ୍ପ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ୫ ମିନିଟ ମାଲିସ କରନ୍ତୁ। କିଛି ପରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ଖୁବ କୋମଳ ଓ ଗୋରା କରିଥାଏ।
-ନଡ଼ିଆ ତେଲ କେଶ ଓ ତ୍ୱଚା ପାଇଁ ବେଶ ଲାଭଦାୟକ। ଏକ ପାତ୍ରରେ ୩ ଚାମଚ ନଡ଼ିଆ ତେଲରେ, ୧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ସ୍ନାନ କରିବା ପୂର୍ବରୁ ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ରଖନ୍ତୁ। ଏହାପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବା ସହ କଳାପଣ ଦୂର ହୋଇଥାଏ।
-ଭିଟାମିନ – ଇ ତେଲ, ଗ୍ଲିସରିନ କିମ୍ବା ଭେସଲିନକୁ ମିଶାଇ ମୁହଁରେ ଓ ସମ୍ଭବତଃ ବେକରେ, ହାତରେ , ଗୋଡ଼ରେ ସ୍ନାନ କରିବା ପୂର୍ବରୁ ଭଲ ଭାବେ ମାଲିସ କରନ୍ତୁ। ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ଓ କୋମଳ ହୋଇଥାଏ। ଶୁଷ୍କପଣ ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories