www.samajalive.in
Monday, December 15, 2025
17.1 C
Bhubaneswar

‘ହରିଦାସପୁର-ପାରାଦ୍ବୀପ ରେଳପଥର ଶ୍ରେୟ କେବଳ ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କର’

ଭୁବନେଶ୍ବର : ହରିଦାସପୁର-ପାରାଦ୍ବୀପ ରେଳପଥ କାର୍ଯ୍ୟ ସରିଥିବାବେଳେ ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। କେନ୍ଦ୍ରାପଡ଼ାବାସୀଙ୍କର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପର ​‌େ​ଶ୍ରୟ ଦିବଙ୍ଗତ ନେତା ବିଜୁବାବୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ ବୋଲି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି।
ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏକ ପ୍ରେସ୍‌ ବିବୃତିରେ ଏହି ରେଳପଥ ଶ୍ରେୟ ନେବାକୁ ପ୍ରୟାସ କରୁଛନ୍ତି। କେନ୍ଦ୍ରପଡ଼ାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଅପଚେଷ୍ଟା ବୋଲି ବିଧାୟକ ଶ୍ରୀ ବେ​‌େ​‌ହରା କହିଛନ୍ତି। ବିଧାୟକ ଶ୍ରୀ ନାୟକ କହିଛନ୍ତି ଯେ ୧୯୯୬ ମସିହାରେ କେନ୍ଦ୍ରରେ ଶାସନରେ ଥିବା ଜନତା ଦଳ ପ୍ରଧାନମନ୍ତ୍ରୀ ଦେ​‌େ​‌ବଗୌଡା ଓ ରେଳ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କୁ ଓଡ଼ିଶା ଆଣି ବିଜୁବାବୁ ଇଷ୍ଟକୋଷ୍ଟ ଜୋନ୍‌ ସୃଷ୍ଟି କରିଥିଲେ। ସେ ସମୟରେ ବିଜୁବାବୁ କେବଳ ସାଂସଦ ଥିଲେ ମଧ୍ୟ ଦିଲ୍ଲୀ ସରକାରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ୧୯୯୭ରେ ରେଳ ମନ୍ତ୍ରୀ ନିତୀଶ କୁମାର ଥିବାବେଳେ ଦିଲ୍ଲୀରେ ନବୀନ ବାବୁ କେନ୍ଦ୍ରମନ୍ତ୍ରୀ ଥିଲେ। ତେଣୁ ଏହି ପ୍ରକଳ୍ପ କିଛି ବାଟ କାମ ଆଗେଇଥିଲା। ଜମି ଅଧିଗ୍ରହଣରେ ସମସ୍ୟା ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ପାଇଁ ଏହି ପ୍ରକଳ୍ପ ବିଳମ୍ବ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କ୍ରମାଗତ ସମୀକ୍ଷା ଓ ଉଦ୍ୟମ ଯୋଗୁଁ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତବର୍ଷ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ରେଳବାଇ କର୍ତ୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ୨୦୧୯ ସେ​‌େ​‌ପ୍ଟମ୍ବର ସୁଦ୍ଧା କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ୍‌ ଚଳାଇବାକୁ ନିର୍ଦେଶ ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ମତ ରଖିଥିଲେ। ପୂର୍ବରୁ ବିଜୁ ଜନତା ଦଳର ସାଂସଦ ଭାବରେ ନିଜର ବାହାଦୂର ପାଇଁ କେବଳ କିଛି ଫ​‌େ​‌ଟା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ମିଥ୍ୟା ଶ୍ରେୟ ନେବାକୁ ଶ୍ରୀ ପଣ୍ଡା ଉଦ୍ୟମ କରୁଛନ୍ତି। ଏହି ପ୍ରକଳ୍ପର ଶ୍ରେୟ ନବୀନ ବାବୁ ଓ ବିଜୁବାବୁଙ୍କ ସହ ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଓ କେନ୍ଦ୍ରାପଡ଼ାବାସୀଙ୍କର। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବାରୁ ବୈଜୟନ୍ତ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories