www.samajalive.in
Tuesday, December 9, 2025
16.1 C
Bhubaneswar

୪୪ ପଦବୀ ଖାଲି କିନ୍ତୁ ପ୍ରଶାସନ ନୀରବ

ବଡ଼ସାହି: ମୟୂରଭଞ୍ଜ ଜିଲାର ସର୍ବବୃହତ୍ତ ବ୍ଲକ ଭାବେ ବଡ଼ସାହି ରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଖୋଲାଖୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ୩୦ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ ଉପକୂଳବର୍ତ୍ତ ଜିଲାରେ ଥିଲେ ସରକାର ୩-୩ଟି ନୂତନ ବ୍ଲକ ଗଠନ କରିସାରନ୍ତେଣି। ୩୦ଟି ପଞ୍ଚାୟତରୁ ୨୧ଟି ବାଲେଶ୍ୱର ଲୋକସଭା ଅଧୀନ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ୯ଟି ପଞ୍ଚାୟତ ମୟୂରଭଞ୍ଜ ଲୋକସଭା ଅଧୀନ ବାରିପଦା ନିର୍ବାଚନମଣ୍ଡଳୀରେ ରହିଛି। ବଡ଼ସାହି ବ୍ଲକ କାର୍ଯ୍ୟାଳୟରେ ବର୍ତ୍ତମାନ ବିଡ଼ିଓ, ସିଡ଼ିପିଓ ଓ ବିଇଓଙ୍କୁ ମିଶାଇ ୪୪ଟି ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ ବିଡ଼ିଓ ଦିଲ୍ଲିପ କୁମାର ମହାରଣାଙ୍କ ପଦନ୍ନୋତି ପାଇଁ ଗୋଟିଏ ମାସରେ ୩-୩ଟି ସ୍ଥାନକୁ ବଦଳି କରାଯାଇ ଶେଷରେ ଶୁକ୍ରବାର ରିଲିଭ କରାଯାଇଛି। ପ୍ରତିବଦଳରେ କାହାରି ନିଯୁକ୍ତି ହୋଇନଥିବାରୁ ତାଙ୍କ ସ୍ଥାନରେ ୨ଦିନ ତଳେ ବଦଳି ହୋଇ ଆସିଥିବା ଉଦଳା ବ୍ଲକର ଏବିଡ଼ିଓ ଶରତ ମହାନ୍ତି ଅପରାହ୍ଣରେ ବିଡ଼ିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ ବ୍ଲକର ବିଇଓ, ସିଡ଼ିପିଓ ବଦଳି ପରେ ନିୟମିତ ନିଯୁକ୍ତି କାହାରି ହୋଇନାହିଁ। ସେହିପରି ଜିପିଓ, ଆକାଉଣ୍ଟାଣ୍ଟ, ବିଏସଏସଓ, ଡ଼ବ୍ଲୁଇଓ, ୧୯ଜଣ କନିଷ୍ଠ ଯନ୍ତ୍ରୀ ଓ ୧୭ଜଣ ପିିଇଓ ପଦବୀ ଖାଲି ପଡ଼ିଛି। ଏଥି ପାଇଁ ସମ୍ପୃକ୍ତ ବିଭାଗରେ ପରିଚାଳନା ସମସ୍ୟା ଲାଗି ରହିଥିବାରୁ ଉନ୍ନୟନ କାର୍ଯ୍ୟ ବନ୍ଦ ପଡ଼ିଛି। ଅନ୍ୟପକ୍ଷରେ ବନ୍ୟା ପ୍ରବଣ ବ୍ଲକ ସାଙ୍ଗକୁ ବର୍ତ୍ତମାନ କୋରନା ମୁକାବିଲା ପରିଚାଳନା ପାଇଁ ଉପରୋକ୍ତ ଖାଲିଥିବା ପଦବୀ ପ୍ରମୁଖ ସମସ୍ୟା ସାଜିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories