www.samajalive.in
Sunday, December 7, 2025
15.1 C
Bhubaneswar

କରୋନାରେ ବାଧିତ ଗ୍ରାମପଞ୍ଚାୟତ ରାଜସ୍ୱ

ସଇଁନ୍ତଲା/ବେଲଗାଁ: କରୋନା ମହାମାରୀ ନେଇ କଳକାରଖାନା, ଦୋକାନ ବଜାର ଆଦି ବନ୍ଦ ଯୋଗୁଁ ଲୋକେ କର୍ମହରା ହେବା ସହ ସରକାର ପ୍ରଭୂତ ରାଜସ୍ୱ ହରାଉଛନ୍ତି। ଏପରିପ୍ରେକ୍ଷୀରେ ଗ୍ରାମପଞ୍ଚାୟତ ଅନୁଷ୍ଠାନ ଗୁଡିକର ରାଜସ୍ୱ ବୃଦ୍ଧି ପାଇଁ ସଇଁନ୍ତଲା ବ୍ଲକ ପ୍ରଶାସନର ଉଦ୍ୟମ ମହାମାରୀ ଭୟ ନେଇ ମୂଳରୁ ଶକ୍ତ ଧକ୍କା ଲାଗିଛି। ସୂଚନା ଯେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ୨୨ଟି ପଂଚାୟତର ହାଟ ବଜାର, ପୋଖରି ଆଦି ନିଲାମ ସହ ରାଜସ୍ୱ ସଂଗ୍ରହ ଆଜି ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ପଚାୟତରେ ପ୍ରକ୍ରୀୟା ଆରମ୍ଭ ହୋଇଛି। ଆଜି ସଇଁନ୍ତଲା, ବେଲଗାଁ, ଆମପାଲି ୩ଟି ପଂଚାୟତ ଗୁଡିର ଉତ୍ସ ନିଲାମ ନେଇ ବିଡିଓ ଦେବାଶିଷ ସାମଲ, ଜିପିଇଓ କିଶୋର ମାନସିଂ ପ୍ରମୁଖ ପହଂଚିଥିଲେ।

ସଇଁନ୍ତଲା ହାଟ ଅସ୍ଥାୟୀ ଭାବରେ ପୁର୍ତ୍ତ ବିଭାଗ ଡାକବଙ୍ଗଲା ପରିସରକୁ ସ୍ଥାନାନ୍ତର ହେବା, ସାମାଜିକ ଦୂରତା ପାଳନ ନେଇ ନିୟମ କଡାକଡି ହେବା ପରିସ୍ଥିତି ଯୋଗୁଁ କେହି ହାଟ ନିଲାମ ଧରିନଥିବା ଜଣାଯାଇଛି। ଡେଲି ମାର୍କେଟ ୨ ଲକ୍ଷ ୨୧ ହଜାରରେ ନିଲାମ ହୋଇଛି। ସେହିପରି ଆମପାଲି ପଂଚାୟତରେ କରୋନା ଭୟ ନେଇ କେହି ହାଟ ନଧରିବାରୁ କେବଳ ଗୋଟିଏ ପୋଖରୀ ନିଲାମ ଡାକି ବ୍ଲକ କର୍ତୃପକ୍ଷ ଫେରିଛନ୍ତି। ବେଲଗାଁ ହାଟ କରୋନା ନେଇ ଗୋପବନ୍ଧୁ କଲେଜ ପଡିଆକୁ ସ୍ଥାନାନ୍ତର ହୋଇଥିବା ନେଇ କମ ସଂଖ୍ୟକ ଦାବିଦାର ଆସିଥିଲେ। ପରେ ୨ ଲକ୍ଷ ୫୦୦ ଟଙ୍କାରେ ବଜାର ନିଲାମ ହୋଇଥିଲା। ତିନି ବର୍ଷ ପାଇଁ ଗୋଟିଏ ପୋଖରୀ ୬୫ ହଜାରରେ ନିଲାମ ହୋଇଥିବା ଜଣାଯାଇଛି। ନିଲାମୀ ସମୟରେ ସଇଁନ୍ତଲା ସରପଂଚ ଭୀମସେନ ସ୍ୱାଇଁ, ଇଓ ଖଗେଶ୍ୱର କମ୍ପ, ବେଲଗାଁ ସରପଂଚ ଶିର ରଣା, ଇଓ ଦୁଃଖବନ୍ଧୁ ରଣା, ଆମପାଲି ସରପଂଚ କ୍ଷୀର ଭରାସାଗର, ଇଓ ରାଧେଶ୍ୟାମ ରଣା ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

କରୋନା ମହାମାରୀରେ ପ୍ରଶାସନ ପକ୍ଷରୁ ବାରମ୍ବାର ସଟଡାଉନ ନେଇ କ୍ଷତିରେ ପଡିବା ଆଶଙ୍କାରେ ପଂଚାୟତର ଉତ୍ସ ଗୁଡିକ ଧରିବାକୁ ପୂର୍ବ ଭଳି ଲୋକେ ଆଗ୍ରହୀ ହେଉନଥିବା ସାଧାରଣରେ ଚର୍ଚ୍ଚା ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories