www.samajalive.in
Monday, December 8, 2025
27.1 C
Bhubaneswar

ସିମେଣ୍ଟ କାରଖାନାରେ ମିଳୁଛି କମ୍‌ ଦରମା, ପ୍ରତିବାଦରେ ପାଞ୍ଚ ଦିନ ହେଲା କାମକୁ ଆସୁନାହାନ୍ତି ଟ୍ରକ୍‌ଚାଳକ ଓ ହେଲ୍‌ପର

ପଟ୍ଟାଙ୍ଗି: ସିମେଣ୍ଟ କାରଖାନାରେ ଟ୍ରକ୍‌ଚାଳକ ଓ ହେଲ୍‌ପରଙ୍କୁ କମ୍‌ ଦରମା ଦିଆଯାଉଛି। ସେମାନେ ଦିନରାତି ଘର ବାହାରେ ରହୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଦରମା ବୃଦ୍ଧି ଓ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଟ୍ରକ୍‌ଚାଳକ ଓ ହେଲ୍‌ପର କାମ ବନ୍ଦ କରିଦେଇଛନ୍ତି।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ଅମ୍ପାବାଲି ପଞ୍ଚାୟତ ଏକ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଡ୍ରାଇଭର ଓ ହେଲପର ପାଞ୍ଚ ଦିନ ହେଲା କାର୍ଯ୍ୟରୁ ଦୁରେଇ ରହିଛନ୍ତି। କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଦାବି ପୁରଣ ନ ହେବା ଯାଏଁ କାର୍ଯ୍ୟରେ ଯୋଗଦାନ ଦେବୁ ନାହିଁ ବୋଲି କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ସୂଚନା ଅନୁଯାଇ ଉକ୍ତ ସିମେଣ୍ଟ କାରଖାନାର ନିଜସ୍ୱ ଟ୍ରକ ସହ ବାହାର ଟ୍ରକଗୁଡ଼ିକ ଦ୍ୱାରା କାରଖାନାରୁ ବାହାରୁ ଥିବା ସିମେଣ୍ଟ ଲୋଡ କରି ଜିଲ୍ଲା ତଥା ବାହାର ରାଜ୍ୟକୁ ରପ୍ତାନୀ କରୁଛନ୍ତି। କାରଖାନାର ନିଜସ୍ୱ ଟ୍ରକ ଚଲାଉଥିବା ୭୦ ଜଣ ଡ୍ରାଇଭରଙ୍କ ସମେତ ୪୦ରୁ ଅଧିକ ହେଲପରଙ୍କୁ କାରଖାନା କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାର କୁ ସିମେଣ୍ଟ ଲୋଡ କରି ପଠାଉଛନ୍ତି। ସେମାନଙ୍କୁ ଅଧିକାଂଶ ସମୟରେ ୨୪ ଘଣ୍ଟାରୁ ଅଧିକ ବାହାରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସ୍ୱଳ୍ପ ଦରମା ରେ ପରିବାର ଚଳାଇବା କଷ୍ଟ ହେଉଥିବା ବେଳେ କାରଖାନା କତୃପକ୍ଷ ଙ୍କୁ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ପାଇଁ ଅନେକ ଥର ଅବଗତ କରା ଯାଉଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ କୈଉଣସି ସମାଧାନ ପାଇଁ ସହଯୋଗ କରୁନାହାନ୍ତି। ଫଳରେ ସିମେଣ୍ଟ କାରଖାନାର ଟ୍ରକ ଚଲାଉଥିବା ସମସ୍ତ ଡ୍ରାଇଭର ଏବଂ ହେଲପର ଦରମା ବୃଦ୍ଧି କରି ଗତ ୦୬ ତାରିଖରୁ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏହାଦ୍ବାରା ନିଜସ୍ୱ ଟ୍ରକଗୁଡିକ କାରଖାନାର ସମୁଖରେ ଛିଡାହୋଇ ରହିଥିବା ଦେଖିବାକୁ ମିଳିଛି । ଏନେଇ ସଂଘ ସଭାପତି ସମ୍ବଲପୁରୀ ବୋମା ଓ ସମ୍ପାଦକ କେ.କନକା ରାଜୁ କହିଛନ୍ତି ଯେ କାରଖାନା କର୍ତ୍ତୃପକ୍ଷ ଡ୍ରାଇଭର ଓ ହେଲପରମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି। ସମସ୍ୟା ସମାଧାନ ନ ହେଲେ ସେମାନେ କାର୍ଯ୍ୟରେ ଯୋଗଦାନ କରିବେ ନାହିଁ। ଆବଶ୍ୟକ ପଡିଲେ କାରଖାନା ସମୁଖରେ ଆନ୍ଦୋଳନ କରିବା କୁ ପଛେଇବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories