www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ୨୬ ହଜାର ନୂଆ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ପୁଣି ରେକର୍ଡ ସଂଖ୍ୟକ ୨୬ ହଜାର ୫୦୬ ନୂଆ​‌ ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪୭୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୭୬ ହଜାର ୬୮୫ ସକ୍ରିୟ ରୋଗୀ ଥିବାବେଳେ ୪ ଲକ୍ଷ ୯୫ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୫୯୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ହଜାର ୬୬୭କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୭ ହଜାର ୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୫୮ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨୬ ହଜାର ୫୮୧ କରୋନା ସଂକ୍ରମିତ ଏବଂ ୧୭୬୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୯ ହଜାର ୨୮୦କୁ ବୃଦ୍ଧି, ୨୦୦୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୨ ହଜାର ୩୬୨ ସଂକ୍ରମିତ ଓ ୮୬୨ ମୃତ, ପଶ୍ଚିମବଙ୍ଗରେ ୨୫ ହଜାର ୯୧୧ ଆକ୍ରାନ୍ତ ଓ ୮୫୪ ମୃତ, ହରିୟାଣାରେ ୧୯ ହଜାର ୩୬୪ ଆକ୍ରାନ୍ତ ଏବଂ ୨୮୭ ମୃତ, ଆନ୍ଧ୍ରପ୍ରଦେଶରେ ୨୩ ହଜାର ୮୧୪ ଆକ୍ରାନ୍ତ ଏବଂ ୨୭୭ ମୃତ, ତେଲେଙ୍ଗାନାରେ ୩୦ ହଜାର ୯୪୬ ସଂକ୍ରମିତ ଓ ୩୩୧ ମୃତ, କର୍ଣ୍ଣାଟକରେ ୩୧ ହଜାର ୧୦୫ ଆକ୍ରାନ୍ତ ଓ ୪୮୮ ମୃତ, ରାଜସ୍ଥାନରେ ୨୨  ହଜାର ୫୬୩ ଆକ୍ରାନ୍ତ ଓ ୪୯୧ ମୃତ, ଜାମ୍ମୁ-କାଶ୍ମୀରରେ ୯୦୫୧ ସଂକ୍ରମିତ ଓ ୧୫୪ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୩୪୧ ସଂକ୍ରମିତ ଓ ୬୩୪ ମୃତ, ବିହାରରେ ୧୩ ହଜାର ୯୭୮ ଆକ୍ରାନ୍ତ ଓ ୧୦୯ ମୃତ, ଆସାମରେ ୧୪ ହଜାର ୬୦୧ ଆକ୍ରାନ୍ତ ଓ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories