ଜାମ୍ମୁ: ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକ୍ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଶୁକ୍ରବାର ଭୋର ସମୟରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ପାକ୍ ସେନା ପକ୍ଷରୁ ଲଗାତାର ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ମାତ୍ର ଏହି ସମୟରେ ଆମର ଜଣେ ଯବାନ ସହିଦ ହୋଇଯାଇଥିଲେ।
ଭାରତରେ ଆତଙ୍କୀଙ୍କୁ ଅନୁପ୍ରବେଶ କରାଉଛି ପାକ୍ ସେନା, ଅସ୍ତ୍ରବିରତି ଉଲ୍ଲଂଘନରେ ଯବାନ ସହିଦ
Popular Categories



