www.samajalive.in
Monday, December 15, 2025
26.1 C
Bhubaneswar

ବ୍ୟାଘ୍ର ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ଜନଉପସ୍ଥିତି

ଭୁବନେଶ୍ବର : ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ପରିପୂର୍ଣ୍ଣତା ହାସଲ ଦିଗରେ ମୁଖ୍ୟ ବାଧକ ସାଜିଛି ଗ୍ରାମବାସୀଙ୍କ ଉପସ୍ଥିତି। ବ୍ୟାଘ୍ର ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତି ନା କେବଳ ବନ୍ୟ ପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି; ବରଂ ସରକାରୀ ନିର୍ଦେଶାବଳୀକୁ ମଧ୍ୟ ଉଲ୍ଲଘଂନ କରୁଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଗାଇଡ୍‌ଲାଇନ୍ ଅନୁସାରେ ଅଭୟାରଣ୍ୟ ଭିତରୁ ସରକାର ଅନେକ ଗ୍ରାମବାସୀଙ୍କୁ ବିସ୍ଥାପନ କରିଛନ୍ତି। କିନ୍ତୁ ଏବେବି ଅନେକ ପରିବାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ନିଜ ଭିଟାମାଟିକୁ ଛାଡ଼ିବା ପାଇଁ ନାରାଜ। ଏପରି ଅବସ୍ଥାରେ ଗ୍ରାମବାସୀଙ୍କ ପୁନଃଥଇଥାନ ବନ ବିଭାଗ ପାଇଁ ଏକ ଆହ୍ବାନ ହୋଇ ରହିଛି। ଗତ ଶନିବାର ଠାରୁ ବୌଦ୍ଧ ବନଖଣ୍ଡ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନେତୃତ୍ବରେ ଏବେ ବନ ମହୋତ୍ସବ ସଫଳତାର ସହ ପାଳିତ ହେଉଛି।

ଏଥିରେ ବିଭାଗ ଗ୍ରାମବାସୀଙ୍କୁ ସାମିଲ କରି ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାର ବାର୍ତ୍ତା ଦେଉଛି। ଜନସାଧାରଣଙ୍କ ସହଯୋଗକୁ ପାଥେୟ କରି ଏହି ସଫଳତା ପାଇବା ଦିଗରେ ବନଖଣ୍ଡ କାର୍ଯ୍ୟ କରୁଛି। ରାଜ୍ୟର ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟ ସାତକୋଶିଆର ପରିସୀମା ଆଉ ୧୭୨ ବର୍ଗ କିମିକୁ ବୃଦ୍ଧି ପାଇଁ ତିନିବର୍ଷ ତଳେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଫଳରେ ଅଭୟାରଣ୍ୟର ପରିସୀମା ୧୧୩୬.୭ ବର୍ଗ କିମିକୁ ବୃଦ୍ଧି ପାଇଛି। ବିଭିନ୍ନ ରେଞ୍ଜର ଆଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ ୧୦୪ଟି ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇ ଥିଲା। ଏଥିରୁ ପ୍ରାୟ ୧୪୦ରୁ ଅଧିକ ଗ୍ରାମକୁ ସ୍ଥାନାନ୍ତର କରାଯାଇଛି। ବୌଦ୍ଧ ବନଖଣ୍ଡର ଘଞ୍ଚ ଜଙ୍ଗଲ ଏକ ଅପରୂପ ଦୃଶ୍ୟ ଉପସ୍ଥାପନ କରିଥାଏ। ବାଘ, ଭାଲୁ, ହାତୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ବାସସ୍ଥଳି ଅଟେ ଏହି ବନଖଣ୍ଡ। ଅନେକ ବିରଳ ପ୍ରଜାତିର ପକ୍ଷୀ ଓ କୀଟ ପତଙ୍ଗ ମଧ୍ୟ ଏଠାରେ ଦେଖାଯାନ୍ତି। ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଦେଶ ବିଦେଶରୁ ଅତିଥିଙ୍କୁ ଆକୃଷ୍ଟ କରିବାରେ ଏହା କୌଣସି ଗୁଣରେ କମ୍ ନୁହେଁ। ଏହାର ପରିସୀମା ବୃଦ୍ଧି ନା କେବଳ ଏହାକୁ ସ୍ବୟଂସମ୍ପୂର୍ଣ୍ଣ କରିବ ବରଂ ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଥିବା ବାଘଙ୍କ ବଂଶବୃଦ୍ଧି ପାଇଁ ଏକ ଉତ୍କୃଷ୍ଟ କ୍ଷେତ୍ର ହୋଇପାରିବ।

- Advertisement -

ତେବେ ଏହା ମଧ୍ୟରେ ଏବେ ୩୦ରୁ ଅଧିକ ଗ୍ରାମ କୋର୍ ଏରିଆ ମଧ୍ୟ​‌େ​‌ର ରହିଛି। ଜଙ୍ଗଲ ଜମିରେ ଚାଷବାସ କରିପାରୁ ନଥିବା ଏହି ପରିବାର ପଶୁ ପାଳନ ଉପରେ ନିର୍ଭର କରୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି। ଏଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ତଥାପି ଜଙ୍ଗଲ ଭିତର ବାହାରକୁ ଆସିବା ପାଇଁ ସେମାନେ ନାରାଜ। ପରିବେଶବିତ୍ ସତ୍ୟନାରାୟଣ ଦାସ କହିଛନ୍ତି, ବନ ଓ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ତଥା ତାହାର ପରିସ୍ଫୁଟତା ଦିଗରେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ବନ ପରିଚାଳନାରେ ସ୍ଥାନୀୟ ଅଧିବାସୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଅଭୟାରଣ୍ୟ ଭିତରୁ ଗ୍ରାମବାସୀଙ୍କ ବିସ୍ଥାପନ ଅତ୍ୟନ୍ତ ଜରୁରୀ। ସେମାନଙ୍କ ଥଇଥାନ ପାଇଁ ସରକାରୀ ବ୍ୟବସ୍ଥା ମଧ୍ୟ ରହିଛି। ଅଭୟାରଣ୍ୟ ସନ୍ନିକଟ ଅଞ୍ଚଳରେ ଗ୍ରାମବାସୀଙ୍କୁ ଥଇଥାନ କରାଗଲେ ସେମାନଙ୍କୁ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଯଦ୍ଦ୍ବରା ଏହି ବନଖଣ୍ଡ ଆଗାମୀ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories