www.samajalive.in
Tuesday, December 9, 2025
17.1 C
Bhubaneswar

ସାଲେପୁର ବିଧାୟକଙ୍କୁ କରୋନା

ସାଲେପୁର : ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା । ବାଲେଶ୍ଵର ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲା ସାଲେପୁର ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବିଧାୟକ ଶ୍ରୀ ବେହେରାଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡିଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ରାତିରେ ଜିଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଧାୟକ ପ୍ରଶାନ୍ତ ବେହେରା ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଆଣି ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ବିଧାୟକ ପ୍ରଶାନ୍ତ ବେହେରା କିଛିଦିନ ତଳେ ଏକ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରୁ ସେ ଘରକୁ ଫେରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ବ୍ୟକ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ଏହା ଜଣାପଡିବା ପରେ ସେ ଆଜି ସକାଳେ କଟକ ବଡ଼ ଡାକ୍ତରଖାନାରେ ସ୍ୱାବ ପରୀକ୍ଷା କରିବାକୁ ଆସିଥିଲେ। ବିଧାୟକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡି ଚାଳକଙ୍କର ମଧ୍ୟ ସ୍ୱାବ ପରୀକ୍ଷା କରାଯାଇଥିଲା। ସନ୍ଧ୍ୟାରେ ସମସ୍ତଙ୍କ ରିପୋର୍ଟ ପିଜିଟିଭ ଆସିଥିଲା। ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ରିପୋର୍ଟ ପାଇବା ପରେ ସମସ୍ତଙ୍କୁ ଆଣି କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତାଙ୍କ ରିପୋର୍ଟ ପିଜିଟିଭ ବାହାରିଥିବା ବିଧାୟକ ଶ୍ରୀ ବେହେରା ସୂଚନା ଦେବା ସହିତ ତାଙ୍କର ଦୁଇସହଯୋଗୀ କରୋନା ସଂକ୍ରମିତ ହୋଇଥିବା କହିଛନ୍ତି। ସମସ୍ତେ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଆଡମିସନ ହୋଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories