www.samajalive.in
Thursday, December 11, 2025
15.1 C
Bhubaneswar

‘ଫୋନରେ ଏସ୍‌ପି’ ବ୍ୟବସ୍ଥାର ତତ୍କାଳ ପ୍ରଭାବ; ଜାତୀୟ ରାଜପଥ କଡ଼ରୁ ହଟିଲା ବେଆଇନ ଟ୍ରକ ପାର୍କିଂ

ବ୍ରଜରାଜନଗର: ଜାତୀୟ ରାଜପଥ କଡ଼ରେ ବେଆଇନ ଟ୍ରକ ପାର୍କିଂ କରୁଥିବା ଟ୍ରାନ୍ସପୋର୍ଟର ଓ ଟ୍ରକ ମାଲିକଙ୍କୁ ଆଜି ଲାଗିଛି ବଡ଼ ଧରଣର ଝଟକା। ବର୍ଷ ବର୍ଷ ଧରି ୪୯-ନମ୍ବର ଜାତୀୟ ରାଜପଥକୁ ନିଜ ଅକ୍ତିଆରରେ ରଖି ବେଧଡ଼କ ଭାବେ ରାସ୍ତାର ଦୁଇ ପାଶ୍ୱର୍ରେ ଚାଲିଥିଲା ବେଆଇନ ଟ୍ରକ ପାର୍କିଂ। ଯାହା କାରଣରୁ ପଥଚାରୀ ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ସହିତ ଅନେକ ଥର ସଡ଼କ ଦୁର୍ଘଟଣା ଘଟି ଲୋକେ ମୃତାହତ ହୋଇଥିଲେ। ହେଲେ ଏବେ ରାସ୍ତା କଡ଼ ବେଆଇନ ପାର୍କିଂ ଉପରେ ଲାଗିଛି କଟକଣା। ଫୋନରେ ଏସପି୍ ବ୍ୟବସ୍ଥା ଲାଗୁ ହେବା ପରେ ଏନେଇ ଆଜି ବ୍ରଜରାଜନଗରଠାରୁ ବେଳପାହାଡ଼ ପର୍ଯ୍ୟନ୍ତ ବେଆଇନ ଟ୍ରକ ପାର୍କିଂକୁ ନେଇ ପୋଲିସ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣା ବଡ଼ ସମସ୍ୟାର ଭାବେ ଦେଖା ଦେଇଛି। ବିଗତ ତିନି ବର୍ଷ ମଧ୍ୟରେ ଏନଏଚ୍୍-୪୯ର ମାତ୍ର ୫୦ କିଲୋମିଟର ବ୍ୟବଧାନରେ ୫୦ରୁ ଉର୍ଦ୍ଧ ଲୋକଙ୍କ ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଆଉ ଏହି ସବୁ ଦୁର୍ଘଟଣା ମୂଳ କାରଣ ହେଉଛି ଭାରିଯାନ ଗୁଡ଼ିକର ବେପାରୁଆ ଗାଡ଼ି ଚାଳନା ଓ ରାସ୍ତା କଡ଼ରେ ବେଆଇନ ପାର୍କିଂ। ଛତିସଗଡ଼ରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ୪୯-ନମ୍ବର ଜାତୀୟ ରାଜପଥ ବର୍ଷ ବର୍ଷ ଧରି ଟ୍ରାନ୍ସପୋର୍ଟରଙ୍କ କବା୍ଚରେ ରହି ଆସୁଛି। ପୂର୍ବରୁ ଅନେକ ଥର ତାଗିଦ୍ କରାଯାଇଥିଲେ ହେଁ ଟ୍ରକ ମାଲିକ ଓ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ବେଖାତିର କରୁଥିଲେ। ଏପରି କି ସରକାରଙ୍କ ନୂତନ ମୋଟର ଯାନ ଆଇନ ମଧ୍ୟ ଏମାନଙ୍କ ପାଖରେ ଫେଲ ମାରିଯାଇଥିଲା। ହେଲେ ଗୋଟିଏ ଫୋନ୍ କଲ ଆଜି ଜାତୀୟ ରାଜପଥରୁ ବେଆଇନ ପାର୍କିଂ ହଟାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖ ଆରମ୍ଭ ହୋଇଥିବା ‘ଫୋନରେ ଏସ୍‌ପି’ ବ୍ୟବସ୍ଥାର ପ୍ରଥମ ଦିନରେ ଜୈନିକ ବ୍ୟକ୍ତି ରାସ୍ତା କଡ଼ରେ ଗାଡ଼ି ପାର୍କିଂ ଓ ତାଙ୍କ ନେଇ ହେଉଥିବା ସମସ୍ୟା ନେଇ ଏସପି୍ ଏସପି ରାହୁଲ ପିଆର ପାଖରେ ଅଭିଯୋଗ କରିଥିଲେ। ଆଜି ଏହାର ତତ୍କାଳିନ ପ୍ରଭାବ ଦେଖିବାକୁ ମିଳିଛି। ପୁଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ମିଳିତ ଭାବେ ରାସ୍ତା କଡ଼ ପାର୍କିଂ ହଟାଇବା ସହିତ ନିୟମ ଖିଲାପ୍‌କାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ଏବଂ ଆଞ୍ଚଳିକ ପରିବହନ ବିଭାଗର ଅତିରିକ୍ତ ଆରଟିଓ ଏସ, ହେମ୍ବ୍ରମ ନୂଆଡ଼ିହି ଟୋଲ ଗେଟ ନିକଟରୁ ବେଲପାହାଡ଼ ପର୍ଯ୍ୟନ୍ତ ଥିବା ବେଆଇନ ପାର୍କିଂ ହଟାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories