www.samajalive.in
Sunday, December 14, 2025
14.1 C
Bhubaneswar

ଚୋର ପେଟ କାଟି ବାହାର କଲେ ଚେନ୍‍

ଭୋପାଳ : ଚୋରି ପରେ ଚେନ୍‍ ଗିଳି ଦେବା ଜଣେ ଚୋର ପାଇଁ ମହଙ୍ଗା ପଡିଛି। ଚୋରର ପେଟ କାଟି ଚେନ୍‍ ବାହାର କରାଯାଇଛି। ସୂଚନା ଅନୁସାରେ ମଧ୍ୟପ୍ରଦେଶ ଜବଲପୁରର ଜଣେ ୭୦ ବର୍ଷିୟା ବୃଦ୍ଧା ଗତ ବୁଧବାର ନିଜ ଘର ବାରଣ୍ଡାରେ ଏକ ଖଟରେ ଶୋଇଥିବାବେଳେ ବାଇକ୍‍ରେ ଆସି ୨ ଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ। ଏକ ଜାଗାର ଠିକଣା ପଚାରିବା ବାହାନାରେ ତାଙ୍କ ବେକ୍‍ରୁ ସୁନା ଚେନ୍‍ ଛିଣ୍ଡାଇ ବାଇକ୍‍ ଯୋଗେ ଫେରାର ହୋଇଯାଇଥିଲେ। ସୂଚନା ପାଇଁ ପୁଲିସ୍‍ ପିଛା କରି ଚେନ୍‍ ଛିନତାଇ ଅଭିଯୋଗରେ ସୁରଜ ଦୁମାର (୨୦) ଏବଂ ରାଜୁ ଥାପା(୨୫)ଙ୍କୁ ଗିରଫ କରିଥିଲା। ହେଲେ ଛାନବିନ୍‍ ବେଳେ ପୁଲିସ୍‍ ସେମାନଙ୍କ ନିକଟରୁ କିଛି ପାଇନଥିଲା। ପୁଲିସ୍‍ ପହଞ୍ଚିବା ପୂର୍ବରୁ ସୁରଜ ଚେନ୍‍କୁ ଗିଳି ଦେଇଥିଲା। ସନ୍ଦେହରେ ପୁଲିସ୍‍ ସେମାନଙ୍କୁ ନେଇ ଏକ୍ସରେ କରାଇଥିଲା। ସେଥିରୁ ସୁରଜ ପେଟରେ ଚେନ୍‍ ଥିବା ଜଣାପଡିଥିଲା। ପରେ ଅସ୍ତ୍ରୋପଚାର କରି ସୁରଜ ପେଟରୁ ଚେନ୍‍ ବାହାର କରାଯାଇଥିଲା। ପ୍ରକାଶ ଯେ ୨୦୧୬ରେ ଏଭଳି ଏକ ଅନୁରୂପ ଘଟଣାରେ ମୁମ୍ବଇ ପୁଲିସ୍‍ ଚୋରକୁ ପ୍ରବଳ କଦଳି ଖୁଆଇ ଚେନ୍‍ ବାହାର କରିଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories