www.samajalive.in
Monday, December 15, 2025
14.1 C
Bhubaneswar

ପାଳିରେ ଚାଲିଛି କଳାପଥର ଡାକ୍ତରଖାନା, ଫାର୍ମାସିଷ୍ଟଙ୍କ ଉପରେ ନିର୍ଭର ରୋଗୀ

ବାଙ୍କୀ: କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଠାରେ ଥିବା ସରକାରୀ ଡାକ୍ତରଖାନା ପଶ୍ଚିମବାଙ୍କୀ ଅଞ୍ଚଳର ଏକମାତ୍ର ସରକାରୀ ଡାକ୍ତରଖାନା ହୋଇଥିବା ବେଳେ ଏଠାରେ ଜନସାଧାରଣଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି।

ଏହି ଡାକ୍ତରଖାନା ନିମନ୍ତେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ ସେ ସବୁ ସମୟରେ ଏଠାରେ ରହୁ ନ ଥିବାରୁ ଏଠାକୁ ଚିକିତ୍ସା ଉପରେ ନିର୍ଭରକରି ଆସୁଥିବା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏହି ଘଟଣାକୁନେଇ ବାରମ୍ବାର ଦାବି ହେଉଥିଲେ ହେଁ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ,ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ ଅଞ୍ଚଳରେ ଘୋରଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଜଣାଯାଇଛିଯେ,କଳାପଥର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଶ୍ଚିମବାଙ୍କୀର ୧୦ ଗୋଟି ପଞ୍ଚାୟତ ସମେତ ବୋଲଗଡ,ବେଗୁନିଆ ଓ ନୟାଗଡ ଜିଲ୍ଲା ଭାପୁର ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରିଥାନ୍ତି। ଏହି ଡାକ୍ତରଖାନା ଉପରେ ନିର୍ଭରକରି ପ୍ରତେହ ୫୦୦ରୁ ୭୦୦ ରୋଗୀ ଆସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପରିତାପର ବିଷୟ ଡାକ୍ତରଖାନାକୁ ଏତେ ସଂଖ୍ୟକ ରୋଗୀ ଆସୁଥିବା ବେଳେ ଏଠାରେ ଜଣେ ସ୍ଥାୟୀ ଡାକ୍ତରଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି କରାଯାଇ ନାହିଁ। ଯେଉଁ ଡାକ୍ତରଙ୍କୁୁ ଏଠାରେ ଅବସ୍ଥାପିତ କରାଯାଇଛି ସେ ସପ୍ତାହରେ ୨/୩ ଦିନ ଏଠାକୁ ଆସୁଥିବା ଦେଖିବାକୁ ମିଳୁଛି। ଅନ୍ୟଦିନ ମାନଙ୍କରେ ଡାକ୍ତର ଅନୁପସ୍ଥିତରୁ ଲୋକମାନେ ଫାର୍ମାସିଷ୍ଟଙ୍କ ଉପରେ ନିର୍ଭର କରୁଛନ୍ତି। ତାଙ୍କରି ଚିଠା ଅନୁସାରେ ରୋଗୀମାନେ ଔଷଧ କିଣୁଥିବା ଅଭିଯୋଗ ହେଉଛି।  ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବି ସତ୍ୱେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ସମାଧାନ କରନଯିବା ଫଳରେ ଅସନ୍ତୋଷ ଦେଖାଦେଇଛି। ଏହି ଡାକ୍ତରଖାନା ପରିସରରେ ଡାକ୍ତରଙ୍କ ରହିବାପାଇଁ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ସରକାରୀ କ୍ୱାଟର ନିର୍ମ୍ମାଣ ହୋଇଥିବାବେଳେ ଡାକ୍ତର ରହୁନଥିବାରୁ ଏହା ଭୁତକୋଠୀ ପାଲଟିଛି। କଳାପଥରରେ ଡାକ୍ତରଖାନା ଥାଇ ମଧ୍ୟ ସେଠାରୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ମିଳୁପାରିନଥିବା ଫଳରେ ଲୋକମାନେ ବାଧ୍ୟ ହୋଇ ନକଲି ଡାକ୍ତରଙ୍କ ଉପରେ ନିର୍ଭର କରୁଛନ୍ତି।

ଏହାର ସୁଯୋଗନେଇ କ୍ୱାକମାନେ ଘରକୁ ଘର ବୁଲି ସକ୍ରିୟ ହୋଇ ଉଠିଛନ୍ତି। ଏପରିକି ବାଘମାରି – କଣ୍ଟିଲୋ ରାଜ୍ୟ ରାଜ ପଥ କଡରେ ଥିବା ନର୍ସିଂହୋମ ସହିତ ଡାକ୍ତରଖାନା ର ପ୍ରାଚେରିକୁ ଲାଗି ନକଲି ଡାକ୍ତର ମାନେ ଦୋକାନ ଖୋଲି ରୋଗୀଙ୍କୁ ଚିକିତ୍ସା କରିବା ସହିତ ସେଠାରେ ଅବୈଧ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଡାକ୍ତରଖନାର ରୋଗୀ କଲ୍ୟାଣ ସମିତି ବୈଠକ ଠିକ୍‍ ଭାବରେ କାର୍ଯ୍ୟକାରୀ ହେଉନାହିିଁ। ସରକାରୀ ଭବରେ ପଯ୍ୟାପ୍ତ ପରିମାଣର ଅନୁଦାନ ଆସୁଥିଲେହେଁ ଆଜି ପର୍ଯ୍ୟନ୍ତ ଡାକ୍ତରଖାନା ଚାରିପଟେ ପ୍ରାଚୀର ନିର୍ମ୍ମାଣ ହୋଇପାରିନାହିଁ। ଫଳରେ ଏହାର ପରିସର ଦିନକୁ ଦିନ ସଂଙ୍କୁଚିତ ହୋଇ ପଡୁଛି। ଏପରିକି କେତେକ ଲୋକ ଡାକ୍ତରଖାନା ପରିବେଷ ଭିତରେ ନିଜର ଘରୋଇ ପାଇଖାନା ନିର୍ମ୍ମାଣ କରିଥିବା ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ରୋଗୀ କଲ୍ୟାଣ ସମିତି ନଜର ଦେଉନାହିଁ। କେବଳ ସରକାରୀ ଭାବରେ ଡାକ୍ତରଖାନାର ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ଠିକାଦାରୀକରି ଲୁଟିବା ଉପରେ ଗୁରୁତ୍ୱ ଦିଅଯାଉଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ଏହି ଡାକ୍ତରଖାନାକୁ ଯୋଗାଇଦିଆଯାଇଥିବା ଆମ୍ବୁଲାନ୍ସଟି ଦୀର୍ଘଦୀନ ହେବ ଅଚଳ ହୋଇ ପଡ଼ି ରହିଛି। ଫଳରେ ଗୁରୁତ୍ତର ଅସୁସ୍ଥ ରୋଗୀ ମାନଙ୍କୁ ରେଫର କରାଯିବାରେ ଅସୁବିଧା ସୃଷ୍ଟି ହେଉଛି। ରୋଗୀଙ୍କ ସମ୍ପର୍କିୟମାନେ ଅଧିକ ଭଡା ଦେଇ ଘରୋଇ ଆମ୍ବୁଲାନ୍ସକୁ ନେଉଛନ୍ତି। କିନ୍ତୁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories