www.samajalive.in
Sunday, December 14, 2025
19.1 C
Bhubaneswar

ମାସ୍କ ନ ପିନ୍ଧିଲେ ୧୦ ହଜାର ଟଙ୍କା ଜୋରିମାନା

ପ୍ରଥମ ରାଜ୍ୟ ଭାବରେ କେରଳ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛି । ଆସନ୍ତା ୨୦୨୧ ଜୁଲାଇମାସ ପର୍ଯ୍ୟନ୍ତ କରୋନା କଟକଣା ବଳବତ୍ତର ରଖାଯିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହ ମାସ୍କ ପିନ୍ଧିବା ନେଇ ରହିଥିବା ନିର୍ଦେଶନାମାକୁ ଆହୁରି ସ୍ପଷ୍ଟ କରାଯାଇଛି ।

- Advertisement -

ସର୍ବ ସାଧାରଣସ୍ଥାନରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା କରାଯିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଅଧ୍ୟାଦେଶ ଜାରି କରିଥିବା ସୂଚନା ମିଳିଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହ ବିବାହ ଓ ଅନୁରୂପ ସମାରୋହରେ ସୀମିତ ଲୋକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଛି । ସୂଚନାଯୋଗ୍ୟ ଯେ କେରଳରେ ବର୍ତମାନସୁଦ୍ଧା ୫ ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଓ ୨୬ ଜଣଙ୍କ ଜୀବନ ଯାଇଛି ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories