ଭୁବନେଶ୍ବର: ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ ନ ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଏସବୁ ଐତିହ୍ୟ କୀର୍ତ୍ତିରାଜୀ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ନିର୍ଦେଶ ଦେଇଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏବେ କରୋନା କଟକଣା ଯୋଗୁ ଖଣ୍ଡଗିରି ଓ ଉଦୟଗିରି ସମତେ ୯ଟି ଐତିହ୍ୟସ୍ଥଳ ଖୋଲିବ ନାହିଁ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିିରି ସମେତ ଅନ୍ୟ ୯ଟି ଐତିହ୍ୟସ୍ଥଳ ଖୋଲିବ ନାହିଁ। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏହା ନ ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍ଆଇ) ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ଚିଠି ଲେଖିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୬ରୁ ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ ଏଏସ୍ଆଇ ଓଡ଼ିଶା ନିର୍ଦେଶ ଦେଇଥିଲେ।
କରୋନା କଟକଣା, ଏବେ ଖୋଲିବ ନାହିଁ ଖଣ୍ଡଗିରି, ଉଦୟଗିରି
Popular Categories



