www.samajalive.in
Monday, December 15, 2025
27.1 C
Bhubaneswar

ଆଉ ୬ ଜିଲାରେ ୨ଦିନିଆ ସଟ୍‌ଡାଉନ

ଭୁବନେଶ୍ବର : ରାଜ୍ୟର ଦିନକୁ ଦିନ ବଢ଼ୁଥିବା କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୬ଟି ଜିଲାରେ ସପ୍ତାହରେ ଦୁଇଦିନିଆ ସଟ୍‌ଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକ୍ରମେ ନବରଙ୍ଗପୁର ଜିଲାପ୍ରଶାସନ ପକ୍ଷରୁ ଏନେଇ ନିର୍ଦେଶନାମା ଜାରି କରାଯାଇଛି। ଜିଲାପାଳ ଅଜିତ କୁମାର ମିଶ୍ର ଦର୍ଶାଇଛନ୍ତି ଯେ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସବୁ ସପ୍ତାହର ଶନିବାର ଓ ରବିବାରକୁ ସଟ୍ ଡାଉନ କରାଯିବ। ସେହିପରି କେନ୍ଦ୍ରାପଡା, ନୟାଗଡ଼, ବଲାଙ୍ଗୀର, ରାୟଗଡା ଓ ବରଗଡ଼ ଜିଲାପ୍ରଶାସନ ପକ୍ଷରୁ ମଧ୍ୟ
ସପ୍ତାହରେ ଦୁଇଦିନିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଏଣିକି ଏହି ୬ଟି ଜିଲାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ କଟକଣା ବଳବତ୍ତର ରହିବା। ଜିଲାରେ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ ଓ ବାର୍ ପ୍ରଭୃତି ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ଅନୁମତି ମିଳିବ। ଏହାକୁ ନେଇ ରାଜ୍ୟରେ ସଟ୍ ଡାଉନ ଜିଲା ସଂଖ୍ୟା ୧୬କୁ ଛୁଇଁଛି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ନୟାଗଡ଼ ଜିଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ସପ୍ତାହର ଅନ୍ୟ ୫ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ। କିନ୍ତୁ ସଟ୍‌ଡାଉନ ଦିନ ତଥା ଶନିବାର ଓ ରବିବାର ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଓ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିବ। ଏନେଇ ନୟାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୩ଟି ୱାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ରେ ୧୦ଟି ଜିଲାକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ସେଥିମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରହିଛି। ଏହି ତାଲିକାରେ ଆଜି ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ବରଗଡ଼, ରାୟଗଡା ଓ କେନ୍ଦ୍ରାପଡ଼ା ସାମିଲ ହୋଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories