www.samajalive.in
Saturday, December 13, 2025
14.1 C
Bhubaneswar

ୟୁଏଇ କିମ୍ବା ଶ୍ରୀଲଙ୍କାରେ ହେବ ଆଇପିଏଲ୍‍ !

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିିୟ କ୍ରିକେଟ୍‍ ଲିଗ୍‍ ଏବେ ନିଜମାଟି ଭାରତ ଛାଡ଼ି ବିଦେଶମୁହାଁ ହୋଇଛି। ଯଦି ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରଙ୍କ ସୂଚନାକୁ ବିଶ୍ୱାସ କରାଯାଏ; ତେବେ ୨୦୨୦ ବର୍ଷର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‌) ପଡ଼ୋଶୀ ଶ୍ରୀଲଙ୍କା କିମ୍ବା ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଖେଳାଯିବ। ଏସମ୍ପର୍କରେ କୌଣସି ମୁହୂର୍ତ୍ତରେ ବିସିସିଆଇ ପକ୍ଷରୁ ଔପଚାରିକ ଘୋଷଣା ହୋଇପାରେ ବୋଲି ବିସିସିଆଇର ଜଣେ କ୍ଷମତାସମ୍ପନ୍ନ ଅଧିକାରୀ କହିଛନ୍ତି। ଆଇପିଏଲ୍‍ର ୧୩ଶ ସଂସ୍କରଣକୁ ଆୟୋଜନ ପାଇଁ ଉଭୟ ଶ୍ରୀଲଙ୍କା ଓ ୟୁଏଇ ପ୍ରସ୍ତୁତ ଥିବା କଥା ବିସିସିଆଇକୁ ଜଣାଇ ଦେଇଛନ୍ତି।
ଚଳିତବର୍ଷ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିବା ବେଳେ ଦେଶରେ କୋଭିଡ୍‍-୧୯ ଭୂତାଣୁର ସଂକ୍ରମଣ ଏବଂ ଲକ୍‍ଡାଉନ୍‍ ଘୋଷଣା ଯୋଗୁଁ ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଥିଲା। ତେବେ ଏପ୍ରିଲରେ ଦେଶରେ କୋଭିଡ୍‍-୧୯ ସଂକ୍ରମିତ ଏବଂ ଏଥିରେ ମୃତ୍ୟୁସଂଖ୍ୟା ବଢ଼ିବା ପରେ ଆଇପିଏଲ୍‍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଇପିଏଲ୍‍ର ଆୟୋଜକ ବିସିସିଆଇ ଏପରି ଏକ ସମୟରେ ଆଇପିଏଲ୍‍ ଆୟୋଜନ କରିବାକୁ ଯାଉଛି; ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ବିଦେଶର ସମସ୍ତ ନାମୀ କ୍ରିକେଟର ପ୍ରସ୍ତୁତ ଥିଲେ। ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବାର ଅଛି। ତେବେ କରୋନା ପରିସ୍ଥିତି ଯୋଗୁଁ ଏହି ବିଶ୍ୱକପ୍‍କୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ନିଶ୍ଚିତ। ଆଇସିସି ବୋର୍ଡ ଖୁବ୍‍ ଶୀଘ୍ର ଏହାର ନିଷ୍ପତ୍ତି ନେଇପାରେ। ଏହି ସମୟରେ ଆଇପିଏଲ୍‍ ଆୟୋଜନ କରିବାକୁ ବିସିସିଆଇ ଅନାଇ ବସିଛି। ଆଇସିସିର ନିଷ୍ପତ୍ତି ପରେ ବିସିସିଆଇ ଆଇପିଏଲ୍‍ ବିଷୟରେ ଘୋଷଣା କରିପାରେ। ତେବେ ବିଦେଶରେ ଆଇପିଏଲ୍‍ ଆୟୋଜନ ବିଷୟରେ ଉକ୍ତ ଅଧିକାରୀ କହିଛନ୍ତି, ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ପରିସ୍ଥିତିରେ ଉନ୍ନତି ଘଟିବାର ବହୁତ କମ୍‍ ସମ୍ଭାବନା ଦେଖାଯାଉଛି। ଏପରି ପରିସ୍ଥିତିରେ ଆଇପିଏଲ୍‍ ପରି ୪୫/୫୦ ଦିନିଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଅସମ୍ଭବ ମନେହେଉଛି। ତେଣୁ ବିଦେଶକୁ ଆଇପିଏଲ୍‍ ନେଇଯିବା ବିସିସିଆଇ ପାଖରେ ଏକମାତ୍ର ବିକଳ୍ପ ରହିଛି। ଉକ୍ତ ଅଧିକାରୀଙ୍କ ଭାଷାରେ, ଆଇପିଏଲ୍‍ କେଉଁଠାରେ ଖେଳାଯିବ; ତା’ର ନିଷ୍ପତ୍ତି ନେଇନାହୁଁ। ତେବେ ଚଳିତବର୍ଷ ଏହା ବିଦେଶରେ ଖେଳାଯିବାର ସମ୍ଭାବନା ଅଧିକ। ଭାରତରେ ପରିସ୍ଥିତି ସଠିକ୍‍ ଲାଗୁନାହିଁ। ୮ଟି ଦଳର ଏତେ ସଂଖ୍ୟକ ଖେଳାଳି ଆସି ୨/୩ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିଲେ ମଧ୍ୟ ଖେଳାଳିଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବା ଅସମ୍ଭବ। ଖାଲି ଷ୍ଟାଡିୟମ୍‍ରେ ମ୍ୟାଚ୍‍ ଖେଳାଗଲେ ମଧ୍ୟ ଖେଳାଳି ସଂକ୍ରମଣ ହେବାର ଆଶଙ୍କା ରହିବ। ତେଣୁ ଏବେ ଆଇପିଏଲ୍‍ ଦୌଡ଼ରେ ୟୁଏଇ ଓ ଶ୍ରୀଲଙ୍କା। ଆମେ ପରିସ୍ଥିତି ଉପରେ ନଜର ରଖି ଏବଂ ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରସଙ୍ଗ ବିଚାରକରି ନିଷ୍ପତ୍ତି ନେବୁ। ବର୍ତ୍ତମାନ ବିଦେଶରେ ଆଇପିଏଲ୍‍ ଆୟୋଜନ ନେଇ ବିସିସିଆଇ କର୍ମକର୍ତ୍ତାଙ୍କ ଅନୁପାତ ୩:୨ ରହିଛି। ଅଧିକାଂଶ ଅଧିକାରୀଙ୍କ ଯୁକ୍ତି ହେଲା ବିସିସିଆଇର ରାଜସ୍ୱ ପାଇଁ ଚଳିତବର୍ଷ ଆଇପିଏଲ୍‍ ଆୟୋଜନ ହେବା ଜରୁରୀ। ଯଦି ଭାରତରେ ଏହାର ଆୟୋଜନ ସମ୍ଭବ ହେଉନାହିଁ; ବିଦେଶକୁ ନେଲେ କିଛି ଅସୁବିଧା ନାହିଁ। ଖେଳାଳି ଓ ଅଫିସିଆଲଙ୍କ ନିରାପତ୍ତା ହେଉଛି ପ୍ରାଥମିକତା। ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି, ଶ୍ରୀଲଙ୍କା ଓ ୟୁଏଇ ବୋର୍ଡ ଆଇପିଏଲ୍‍ ଆୟୋଜନ ପାଇଁ ପ୍ରସ୍ତୁତ। ହେଲେ ଆମେ ଭାରତରେ ଏହା ଖେଳାଯିବା ନେଇ ଆଗ୍ରହୀ। ସରକାରଙ୍କ ଅନୁମତି ମଧ୍ୟ ଆବଶ୍ୟକ। ଭାରତରେ ଖାଲି ଷ୍ଟାଡିୟମ୍‍ରେ ଆଇପିଏଲ୍‍ ଆୟୋଜନର ଅନୁମତି ମିଳିଗଲେ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ୩/୪ଟି ସହରରେ ଏହା ଖେଳାଯିବ। ତେବେ କୋଭିଡ୍‍-୧୯ ପରିସ୍ଥିତିରେ ଉନ୍ନତି ହେବା ଜରୁରୀ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories