www.samajalive.in
Friday, December 12, 2025
17.1 C
Bhubaneswar

ଅଗଷ୍ଟରେ ବିଧାନସଭା ଡକାଯାଉ

କୋଭିଡ୍‌ ନିୟନ୍ତ୍ରଣରେ ସରକାରଙ୍କ ପଦକ୍ଷେପ ନିରୁତ୍ସାହଜନକ

ଭୁବନେଶ୍ବର :  ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭା ଅଧିବେଶନ ଡ଼କାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ କଂଗ୍ରେସ ରାଜ୍ୟ ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଦେଇଛି। ଗୃହ ଭିତରେ ଏବଂ ବାହାରେ, ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଆମେ ସରକାରଙ୍କ ସହ ରହିଆସିଛୁ। କିନ୍ତୁ ଗତ ତିନିମାସ ଭିତରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆମକୁ ହତୋତ୍ସାହିତ କରୁୁଛି। ଶ୍ରୀ ମିଶ୍ର ଲେଖିଛନ୍ତି ଯେ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା ଭୁଲ୍ ବୋଲି ମୁଁ କହୁନାହିଁ। ତେବେ ଅନେକ ପଦକ୍ଷେପ ଫଳଶୂନ୍ୟ ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି ଏହା ନିଃସନ୍ଦେହ, ତଥାପି ଏପର୍ଯ୍ୟନ୍ତ ୭ ହଜାର ଲୋକ ଆକ୍ରାନ୍ତ ହେବା କିଛି କମ୍ କଥା ନୁହେଁ। ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟର ସରକାର ବେଶ୍‌ ସଫଳତାର ସହ କୋଭିଡ୍ ପରିଚାଳନା କରୁଛନ୍ତି। ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ଆମେ ବିଫଳ ହୋଇଛୁ। ଗଞ୍ଜାମର ଗ୍ରାମାଞ୍ଚଳରେ ଔଷଧ ଦୋକାନ ବନ୍ଦ ରହୁଥିବାରୁ ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି। ପିଏଚ୍‌ସି ଓ ସିଏଚ୍‌ସିରେ ଡ଼ାକ୍ତର ନାହାନ୍ତି। ଜିଲା ପ୍ରଶାସନ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରିକି ଭୁବନେଶ୍ବରରେ ଡ଼ାକ୍ତର ରୋଗୀଙ୍କ ରକ୍ତଚାପ ମାପିବା ପାଇଁ ଭୟ କରୁଥିବା ବେଳେ ବଲାଙ୍ଗୀରରେ ଡ଼ାକ୍ତର ରୋଗୀ ସେବା ପାଇଁ ଆସୁ ନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ବେକାରୀ ସମସ୍ୟା ଉତ୍କଟ ହେଲାଣି। ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ତୈଳ ଦର ବୃଦ୍ଧି ଓ ଅନ୍ୟ କାରଣ ପାଇଁ ଚାଷୀ ନିଜ ଧାନ ବିକ୍ରି କରିପାରୁନାହିଁ। ଜରୁରୀ ସାମଗ୍ରୀ ଦରଦାମ ମଧ୍ୟ ବଢ଼ି ଚାଲିଛି। ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି। ଏପରି ସ୍ଥିତିରେ ବିଧାନସଭା ଅଧିବେଶନ ଡ଼କାଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ମିଳିତ ଭାବେ ସମାଧାନର ସୂତ୍ର ବାହାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମାର୍ଚ୍ଚ ମାସ ମଝିରେ ବିଧାନସଭା ମୁଲତବି କରିବା ସମୟରେ ଅଧିବେଶନ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଗୃହ ମଧ୍ୟରେ ଆମକୁ ପ୍ରତିଶ୍ରୁତି ଦିଆଯାଇ ଥିଲା ବୋଲି ଶ୍ରୀ ମିଶ୍ର ମନେ ପକାଇ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories