www.samajalive.in
Friday, December 12, 2025
19.1 C
Bhubaneswar

୧ ଲକ୍ଷ ଟଙ୍କା ଯାଏ ବାଲାନ୍ସ ପାଇଁ କାରବାର କଟକଣାମୁକ୍ତ

ନୂଆଦିଲ୍ଲୀ :ଏଟିଏମ୍‌ରୁ ଅର୍ଥ ଉଠାଣ କ୍ଷେତ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଦିଆଯାଉଥିବା ରିଆତି ଅବଧି ଜୁନ୍‌ ମାସରେ ଶେଷ ହୋଇଯାଇଛି। ଏହାକୁ ଆଉ ବଢ଼ାଯିବ ନାହିଁ। ନିକଟ ଭବିଷ୍ୟତରେ ମଧ୍ୟ ବ୍ୟାଙ୍କ ଏ କ୍ଷେତ୍ରରେ ଗ୍ରାହକଙ୍କୁ ଆଉ ଏପରି ରିଆତି ଦେବା ସମ୍ଭାବନା କମ୍‌। କାରଣ ଏସ୍‌ବିଆଇ ପକ୍ଷରୁ ଚଳିତମାସଠାରୁ ନୂଆ ଏଟିଏମ୍‌ କାରବାର ନିୟମ ଲାଗୁ କରାଯାଇଛି। ବିଗତ ତିନି ମାସ (ଏପ୍ରିଲ, ମେ’ ଏବଂ ଜୁନ୍‌) ଏସ୍‌ବିଆଇ ଏହାର ଏବଂ ଏହା ଜରିଆରେ ହେଉଥିବା ଅନ୍ୟ ସମସ୍ତ ଏଟିଏମ୍‌ରେ କାରବାର ଉପରେ ସର୍ଭିସ୍‌ ଚାର୍ଜ ଛାଡ କରିଥିଲା। ବ୍ୟାଙ୍କ ଏହାର ମାଗଣା ଏଟିଏମ୍‌ କାରବାର ସଂଖ୍ୟାରେ ବୃଦ୍ଧି ଜରିଆରେ ଗ୍ରାହକଙ୍କୁ ଏଭଳି ସୁବିଧା ଦେଉଥିଲା। ଏଥିରେ ଏସବିଆଇ ୮ଟି ମାଗଣା କାରବାର ସୁବିଧା ଦେଉଥିଲା। ଏଥିରେ ଏସ୍‌ବିଆଇ ଏଟିଏମ୍‌ରେ ୫ଟି ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୩ଟି କାରବାର ଫ୍ରି ଦେଉଥିଲା। ଏ କ୍ଷେତ୍ରରେ ଗ୍ରାହକଙ୍କୁ ଆଉ ଏଟିଏମ୍‌ରୁ ଅର୍ଥ ଉଠାଣ କାରବାର କ୍ଷେତ୍ରରେ ଚାର୍ଜ ଦେବାକୁ ପଡୁ ନ ଥିଲା। ନୂଆ ଏଟିଏମ୍‌ କାରବାର ନିୟମ ଅନୁଯାୟୀ, ​ଷ୍ଟେଟ ବ୍ୟାଙ୍କ ସଞ୍ଚୟ ଖାତାରେ ମାସିକ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିଲେ ଗ୍ରାହକଙ୍କୁ ୫ଥର ମାଗଣା କାରବାର ସୁବିଧା ମିଳିବ। ଏହାଛଡା ମେଟ୍ରୋ ସହରରେ ରହିଥିବା ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ୩ଥର ମାଗଣା କାରବାର ସୁବିଧା ମିଳିବ। ମୋଟାମୋଟି ଭାବେ ମେଟ୍ରୋ ସହରର ଗ୍ରାହକମାନେ ଗୋଟିଏ ମାସରେ ସମୂଦାୟ ୮ ମାଗଣା ଏଟିଏମ୍‌ କାରବାର (ଉଭୟ ଆର୍ଥିକ ଏବଂ ଅଣଆର୍ଥିକ) ସୁବିଧା ପାଇପାରିବେ। ସେହିଭଳି ଅଣମେଟ୍ରୋ ସହରରେ ଗ୍ରାହକମାନେ ତିନି ବଦଳରେ ୫ ମାଗଣା କାରବାର ସୁବିଧା ପାଇବେ। ଏହା ଫଳରେ ଅଣମେଟ୍ରୋ ସହରରେ ଗ୍ରାହକମାନେ ମୋଟ ୧୦ ମାଗଣା କାରବାର ସୁବିଧା ହାସଲ କରିପାରିବେ।
ଏସବୁ ବ୍ୟତୀତ ସଞ୍ଚୟ ଖାତାରେ ୨୫,୦୦୦ ଟଙ୍କାରୁ ଅଧିକ ଏବଂ ୧ ଲକ୍ଷ ଟଙ୍କା ଯାଏ ଥିବା ଗ୍ରାହକଙ୍କ ପାଇଁ ଏସ୍‌ବିଆଇ ସହ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ମାଗଣା କାରବାର କ୍ଷେତ୍ରରେ କୌଣସି କଟକଣା ରଖାଯାଇନାହିଁ। ଯଦି ମାସରେ ଗ୍ରାହକ ଏକ ଆର୍ଥିକ କାରବାର ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର କରିଥାନ୍ତି ତେବେ ଏସ୍‌ବିଆଇ ଏଟିଏମ୍‌ରେ ପ୍ରତ୍ୟେକ କାରବାର ପିଛା ଚାର୍ଜ ୧୦ ଟଙ୍କା ସହ ଜିଏସ୍‌ଟି ଦେବାକୁ ହେବ। ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ପ୍ରତି କାରବାର ପିଛା ଚାର୍ଜ ୨୦ ଟଙ୍କା ସହ ଜିଏସ୍‌ଟି ଦେବେ। ସେହିଭଳି ଅଣଆର୍ଥିକ କାରବାର କ୍ଷେତ୍ରରେ ଏସ୍‌ବିଆଇ ଏଟିଏମ୍‌ରେ ପ୍ରତ୍ୟେକ କାରବାର ପିଛା ଚାର୍ଜ ୫ ଟଙ୍କା ସହ ଜିଏସ୍‌ଟି ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ପ୍ରତି କାରବାର ପିଛା ଚାର୍ଜ ୮ ଟଙ୍କା ସହ ଜିଏସ୍‌ଟି ନିଆଯିବା।ଏଥିରେ ସରକାର ୧୮% ଜିଏସ୍‌ଟି ଧାର୍ଯ୍ୟ କରିଛନ୍ତିା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories