www.samajalive.in
Friday, December 12, 2025
19.1 C
Bhubaneswar

ସରକାରଙ୍କ ନିର୍ଦେଶନାମା; ଏଣିକି ଅତ୍ୟାବଶ୍ୟକ ବିଭାଗର ଶତପ୍ରତିଶତ କର୍ମଚାରୀ ଆସିପାରିବେ

ଭୁବନେଶ୍ବର :ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଦିନକୁ ଦିନ  ନୂତନ ନିର୍ଦେଶନାମା ଜାରି କରାଯାଉଛି। ଦିନକ ତଳେ ବିଭିନ୍ନ ବିଭାଗ ସହିତ ଲୋକସେବା ଭବନ ପାଇଁ ଏକ ନିର୍ଦେଶନାମା ପ୍ରକାଶ ପାଇଥିଲା। ଯେଉଁଥିରେ କି ସବୁ ବିଭାଗ ୫୦ ପ୍ରତିଶତ ଲେଖାଏଁ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଗୁରୁବାର ସରକାରଙ୍କ ପକ୍ଷରୁ ପୁଣି ଏକ ନିର୍ଦେଶନାମା ପ୍ରକାଶ ପାଇଛି। ଯେଉଁଥିରେ ଜରୁରୀ ସେବା ପ୍ରଦାନକାରୀ ସ୍ବାସ୍ଥ୍ୟ, ପୁଲିସ, ଅଗ୍ନିଶମ ଓ ପୌର ସେବା ଭଳି ବିଭାଗଗୁଡିକ ପାଇଁ ଏହି ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଦର୍ଶାଇଛନ୍ତି।

ଗୁରୁବାର ଶ୍ରୀ ଚୋପ୍ରାଙ୍କ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ ଜୁଲାଇ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ବିଭାଗଗୁଡିକ ସାମାଜିକ ଦୂରତା ନିୟମ ପାଳନ କରିବେ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ହେଲେ ସରକାରୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ କରୋନା ମୁକାବିଲାରେ ନିୟୋଜିତ ଉକ୍ତ ଚାରୋଟି ବିଭାଗ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଦେଉଥିବା ବିଭାଗଗୁଡିକର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ବିଭାଗଗୁଡିକରେ ଶତପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟକୁ ଆସିପାରିବେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories