www.samajalive.in
Tuesday, December 9, 2025
26.1 C
Bhubaneswar

ଭିସୁଟ ଅଧ୍ୟାପିକାଙ୍କ କରୋନା ପିଜିଟିଭ ପ୍ରସଙ୍ଗ ; ଶୁକ୍ରବାର ଆସିବ କରୋନା ରିପୋର୍ଟ

-ପାଣିଟାଙ୍କି ପଡ଼ାରେ କରୋନା ସଂକ୍ରମଣ ଭୟର ବାତାବରଣ କାମକୁ ଯାଉନାହାନ୍ତି ପଡ଼ାବାସୀ
-ଅଧ୍ୟାପିକା ଏବଂ ତାଙ୍କ ସ୍ୱାମୀଙ୍କୁ ନେଇ ଭିମସାରରେ ଭର୍ତ୍ତି କରିଥିବା ଅଟୋ ଚାଳକଙ୍କ ଟେର ମିଳୁନି

ବୁର୍ଲା : ବୁର୍ଲା ଭିସୁଟରେ ଗତ ୨୯ ତାରିଖ ଦିନ ବୁର୍ଲା ଭିସୁଟର ସିଭିଲ ବିଭାଗୀୟ ଜନୈକ ଅଧ୍ୟାପିକାଙ୍କ ସ୍ୱାମୀ ତଥା ନାଲକୋର ଡ଼ିଜିଏମ ଗଞ୍ଜାମ କରୋନା ହଟସ୍ପଟରୁ ଫେରିବା ପରେ ଭିସୁଟ କଲୋନି ସ୍ଥିତ ଅଧ୍ୟାପିକାଙ୍କ ସରକାରୀ ଗୃହକୁ ଆସିଥିଲେ। ଅଧ୍ୟାପିକାଙ୍କ ସ୍ୱାମୀ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ବାହାରିଥିଲା ପରେ ତାଙ୍କୁ ଭିମସାରରୁ ଅନୁଗୁଳ କୋଭିଡ଼ ସ୍ତାନାନ୍ତରିତ କରାଯାଥିବା ବେଳେ ଅନୁଗୁଳ କୋଭିଡ଼ ହସପିଟାଲ ସମ୍ମୁଖରେ ମୃତ୍ୟୁ ଘଟିଥିଲା। ଅଧ୍ୟାପିକାଙ୍କ ମଧ୍ୟ ଭିମସାର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରର କରୋନା ପିଜିଟିଭ ବାହାରିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ଼ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେପଟେ ଗତକାଲି ଭିସୁଟ ପରିସରରେ ରହିଥିବା ପୁଲହ କୋଭିଡ଼ କେୟାର ହସପିଟାଲରେ ଅଧ୍ୟାପିକାଙ୍କ ସହ ସଂସ୍ପର୍ଶରେ ଆସିଥିବା ୭୫ ଜଣଙ୍କ ସ୍ୱାବ ଏବଂ ରକ୍ତନମୁନା କରୋନା ପରୀକ୍ଷା ପାଇଁ ସଗୃହିତ ହୋଇଥିଲା।

ଏହାକୁ ନେଇ ବୁର୍ଲା ସହର ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଯୋର ଧରିଥିବା ବେଳେ ଅଧ୍ୟାପିକାଙ୍କ ଘରେ କାମ କରୁଥିବା ବୃଦ୍ଧାଙ୍କ କରୋନା ରିପୋର୍ଟକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ଯେହେତୁ ବୃଦ୍ଧା ଜଣକ ଅଧ୍ୟାପିକାଙ୍କ ଘରେ ରହୁଥିଲେ ଖିଆପିଆ କରୁଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଛନ୍ତି ତେଣୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଯୋର ଧରିଛି। ସେପଟେ ସଂକ୍ରମିତ ହେବା ସନ୍ଦହକୁ ନେଇ ପାଣିଟାଙ୍କି ପଡ଼ାରେ ବିଭିନ୍ନ ଚର୍ଚ୍ଚା ଯୋର ଧରିଥିବା ବେଳେ ପାଣିଟାଙ୍କି ପଡ଼ାର ଯୁବକ, ଯୁବତୀ ମହିଳା ଏବଂ ପୁରୁଷ ମାନେ ବାହାରକୁ କାମ କରିବା ପାଇଁ ମଧ୍ୟ ଯାଉ ନାହାନ୍ତି। ଏପରିକି କେତେକ ସ୍ଥାନରେ ତାଙ୍କୁ ବାରଣ ମଧ୍ୟ କରାଯାଉଛି। ଅଧ୍ୟାପିକାଙ୍କ ଘରେ କାମ କରୁଥିବା ବୃଦ୍ଧାକୁ ହୋମ କ୍ୟୁରାଣ୍ଟାଇନରେ ରଖା ଯାଇଥିବା ଏବଂ ସେ ଘରେ ହିଁ ରହିଥିବା ଜଣାପଡିଛି। ସେପଟେ ସିଭିଲ ବିଭାଗର ଅଧ୍ୟାପିକା କରୋନା ପଜିଟିଭ ହୋଇ ଅଶ୍ୱିନୀ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି। ସେପଟେ ଅଧ୍ୟାପିକାଙ୍କ ପୁଅ ଆମେରିକାରେ ରହିଥିବା ବେଳେ  ଚିକିତ୍ସାଧୀନ ମାଆଙ୍କୁ ଦେଖିବା ପାଇଁ  ଭାରତ ପ୍ରତ୍ୟାବର୍ତ୍ତନ କରି ପାରୁ ନାହିଁ।

- Advertisement -

ଅନ୍ୟପକ୍ଷରେ ବୁଧବାର ଭିମସାରରେ ସଂଗୃହିତ ସ୍ୱାବ ଏବଂ ରକ୍ତନମୁନାର କରୋନା ରିପୋର୍ଟ ଭିସୁଟ କର୍ମଚାରୀ ଫ୍ୟାକଲଟି ତଥା କିଛି କର୍ମଚାରୀଙ୍କ ମୋବାଇଲ ଫୋନକୁ ଅସିଥିବା ଜାଣିବାକୁ ମିଳିଥିବା ବେଳେ ଭିମସାରରେ ସଗୃହିତ ସ୍ୱାବ ରିପୋର୍ଟ ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରରେ କିଛି ଟେକନିକାଲ ଅସୁବିଧା ବା କିଟରେ କୌଣସି ସମ୍ୟାା କାରଣରୁ ସମସ୍ତ ରିପୋର୍ଟ ମାନ ହସ୍ତଗତ ହୋଇ ନ ଥିବା ସୁଚନା ମିଳିଛି। ତେବେ ଶୁକ୍ରବାର ପର୍ଯ୍ୟନ୍ତ ଭିସୁଟକୁ ବନ୍ଦ ରଖିବା ପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଆସନ୍ତାକାଲି କରୋନା ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା ରହିଛି। ତେବେ ଗତ ୨୯ ତାରିଖରେ କରୋନା ସଂକ୍ରମିତ ଅଧ୍ୟାପିକା ଏବଂ ତାଙ୍କ ସ୍ୱାମୀଙ୍କୁ ଅଟୋରେ ନେଇ ଭିମସାରରେ ଛାଡ଼ିଥିବା ଅଟୋ ଚାଳକର ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଟେର ପାଇ ପାରି ନାହିଁ। ଭିସୁଟ ସମେତ ବୁର୍ଲା ସହରର ବିଭିନ୍ନ ସ୍ଥନରେ କରୋନା ସଂକ୍ରମଣର ଏକ ଭୟ ଦେଖିବାକୁ ମିଳୁଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories