www.samajalive.in
Sunday, December 7, 2025
14.1 C
Bhubaneswar

ରହୁନି ବିଭାଗୀୟ ସମନ୍ବୟ ; ବିଏମ୍‌ସି ରାସ୍ତା ଖୋଳିଦେଲା ପିଏଚ୍‌ଡି

ଭୁବନେଶ୍ବର: ଚାରିଦିନ ପୂର୍ବରୁ ରାସ୍ତା ନିର୍ମାଣ ସରିଥିଲା ବିଭିନ୍ନ ଡିଜାଇନ, ରଙ୍ଗବେରଙ୍ଗ ଇଟାରେ ସୁନ୍ଦର ଭାବେ ନିର୍ମାଣ କରିଥିଲା ବିଏମ୍‌ସି । ଏଥିପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ସୁଫଳ ଲୋକଙ୍କୁ ମିଳିବା ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ ଲୋକଙ୍କ ଘରକୁ ପାଣି ସଂଯୋଗ କରିବା ପାଇଁ ରାସ୍ତାଟିରେ ଗାତ କରି ପକାଇଛି। ଏକାଧିକ ଖାତ ଖୋଳିବାଦ୍ବାରା ଏବେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଖାତ ହୋଇଥିବା ସ୍ଥାନରୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ବାଲି ଧୋଇଯିବାରୁ ରାସ୍ତାରେ ଇଟାଗୁଡ଼ିକ ଗୋଟିଏ ପଟକୁ ଢଳିଯିବା ସହ ଉଠିଯିବା ଅବସ୍ଥାକୁ ଚାଲିଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବିଏମ୍‌ସି ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ଗଡ଼ସାହିରେ ା
ସ୍ଥାନୀୟ ଲୋକେ ଏବଂ ପୂର୍ବତନ କର୍ପୋରେଟର ପିଏଚ୍‌ଡିର ଏଭଳି କାର୍ଯ୍ୟକୁ ବାରଣ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କଲେନାହିଁ । ଗାତଖୋଳି ଛାଡ଼ିଦେବାରୁ ଦୁଇଦିନିଆ ବର୍ଷାରେ ସେହି ଖାତ ଦେଇ ବାଲିଗୁଡ଼ିକ ବୋହିଯାଇ ନୂଆରାସ୍ତାଟି ନଷ୍ଟହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟ କହିଛନ୍ତି ଯେ, ପିଏଚ୍‌ଡି ପାଇପ୍‌ ସଂଯୋଗ କରିବା କଥା ଆଗରୁ କହିନାହିଁ। କାମ ସରିବା ପରେ ଏହାକୁ ଭଲଭାବେ ପୋତିବାକୁ ଆମେ କହିଥିଲୁ । ତାହା ନ କରି ଛାଡ଼ି ପଳାଇଛି । ରାସ୍ତାକାମ କରିଥିବା ଠିକାଦାର ଏପର୍ଯ୍ୟନ୍ତ ବିଲ୍‌ ପାଇନାହିଁ । ରାସ୍ତାଟିକୁ ପିଏଚ୍‌ଡି ନଷ୍ଟ କରିଦେଇଛି। ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠଯନ୍ତ୍ରୀ କହିଛନ୍ତି, ଅଭିଯୋଗ ପହଞ୍ଚିଛି । ଠିକାଦାର କାମ କରି ଛାଡ଼ିଯାଇଛି . ଯଥାଶୀଘ୍ର ଖାତ ପୋତି ମରାମତି କରିବାକୁ ଠିକାଦାରକୁ କୁହାଯାଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories