www.samajalive.in
Saturday, December 6, 2025
26.1 C
Bhubaneswar

ଭିନ୍ନ ଉପାୟରେ ଗାତରୁ ଉଦ୍ଧାର ହେଲା ଛେଳି; ଲୋକେ ପସନ୍ଦ କଲେ ଭିଡ଼ିଓ

ଏବେ ସୋମସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବା ସହ ଲୋକେ ଏହାକୁ ଦେଖିବାକୁ ବେଶ ପସନ୍ଦ କରୁଛନ୍ତି। ବହୁବାର ଆପଣ ଦେଖିଥିବେ ପଶୁପକ୍ଷୀ ବିଭିନ୍ନ କୂଅ ହେଉ ଅଥବା ଗଭୀର ଗାତ ଭିତରେ ପଡ଼ିଯାଆନ୍ତି ଓ କିଛି ଲୋକେ ସେମାନଙ୍କୁ ବଞ୍ଚାଇବାକୁ ମଧ୍ୟ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି।
ସେଭଳି କିଛି ଉପାୟ ମଧ୍ୟରୁ ଜାଣନ୍ତୁ ଏବେ ସେଭଳି ଏକ ଭିନ୍ନ ଧରଣର ଉପାୟ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡ଼ିଓଟିରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଖୋଳା ଯାଇଥିବା ଏକ ଗାତ ମଧ୍ୟକୁ ଯାଇଥିବା ସହ କିଛି ସାଙ୍ଗ ତାଙ୍କୁ ଧରିଛନ୍ତି ଓ ସେ ଗାତ ଭିତରକୁ ମୁହଁ କରିଛନ୍ତି। ଏହା ଦେଖି ପ୍ରଥମେ କେହି କିଛି ବୁଝି ପାରି ନଥିଲେ। ସେହି ବ୍ୟକ୍ତିି ଜଣଙ୍କ କେଉଁ କାରଣରୁ ଗାତ ଭିତରକୁ ପଶିଛନ୍ତି। ମାତ୍ର କିଛି ସମୟରେ ପରେ ସେହି ଯୁବକ ଜଣଙ୍କ ଗାତ ଭିତରୁ ବାହାରି ଆସିଥିଲେ ଓ ତାଙ୍କ ହାତରେ ଏକ ଛେଳି ଥିଲା। ଯୁବକ ଜଣଙ୍କ ଛେଳିର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇଥିଲେ। ଛେଳିକୁ ଉଦ୍ଧାର କରିବାକୁ ସେ ଗାତ ଭିତରକୁ ଯାଇ ସୁରକ୍ଷିତ ଭାବେ ବାହାକୁ ଆସିଥିଲେ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ କୌଣସି ରସି କିମ୍ବା ଉଦ୍ଧାରକାରୀ ଦଳଙ୍କ ସାହାଯ୍ୟ ନିଆଯାଇନଥିଲା। କେବଳ କିଛି ଯୁବକ ଜଣେ ଯୁବକଙ୍କୁ ଧରି ଥିବା ଅବସ୍ଥାରେ ସେ ଗାତ ଭିତରକୁ ଯାଇ ଛେଳିଟିକୁ ଉଦ୍ଧାର କରିଥିଲେ। ଏହି ଭିଡ଼ିଓଟି ବହୁ ଦିନର ହୋଇଥିଲେ ମଧ୍ୟ ଜଣେ ବ୍ୟକ୍ତି ଏହାକୁ ସେୟାର ଓ ଟ୍ୱିଟ କଲାପରେ ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି। ସେୟାର କରିଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି ଦେଶୀ ଷ୍ଟାଇଲେ ଉଦ୍ଧାର କାର୍ଯ୍ୟ , ସମସ୍ତ ଟିମକୁ ଏଥିପାଇଁ ଧନ୍ୟବାଦ। ଏବେ ଏହି ଭିଡ଼ିଓଟିକୁ ଲୋକେ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories