www.samajalive.in
Saturday, December 6, 2025
26.1 C
Bhubaneswar

ଭାରତରେ ବ୍ୟାନ୍ ପରେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍

ନୂଆଦିଲ୍ଲୀ : ସୋମବାର ଭାରତ ସରକାର ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରିଥିଲେ। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ବ୍ୟାନ୍ ଘୋଷଣାର ଗୋଟିଏ ଦିନ ପରେ ସବୁଠାରୁ ଲୋକପ୍ରିୟ ସର୍ଟ ଭିଡିଓ ଆପ୍ଲିକେସନ୍ ଟିକ୍‌ଟକ୍ କୁ ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।


ଭାରତରେ ପ୍ରାୟ ୧୧୯ ନିୟୁତ ଉପଭୋକ୍ତା ଟିକ୍‌ଟକ୍ ରେ ସକ୍ରିୟ ରହିଥିଲେ। ଏଥି ସହିତ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ର ଶ୍ରେଷ୍ଠ ୧୦ ଟି ଆପ୍ ମଧ୍ୟରେ ଥିଲା ଟିକ୍‌ଟକ୍। ଯେଉଁ ଉପଭୋକ୍ତାଙ୍କର ମୋବାଇଲ୍ ଫୋନରେ ଟିକ୍ ଟକ୍ ଆପ୍ ଅଛି ସେମାନେ ଏହାକୁ ବ୍ୟବହାର କରିପାରିବେ କିନ୍ତୁ ଦେଶରେ ଏହି ଆପକୁ ଆନୁଷ୍ଠାନିକ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ଆପ ପୁଣିଥରେ ଡାଉନଲୋଡ୍ ହୋଇପାରିବ ନାହିଁ ।

- Advertisement -

ସୋମବାର ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ଜାରି କରାଯିବାପରେ ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, “ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯A ଅନୁଯାୟୀ ଜନସାଧାରଣଙ୍କ ଗୋପନ ସୂଚନାକୁ ସୂରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡିକୁ ଭାରତରେ ବ୍ୟାନ କରାଯାଇଛି। ଦେଶର ଏକତା, ଅଖଣ୍ଡନା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ରହିଥିବା କାରଣରୁ ଏହି ଆପ ଗୁଡିକୁ ନିଷିଦ୍ଧ ଘୋଷଣା କରାଯାଇଛି।


ଅନ୍ୟପଟେ ଭାରତ ସରକାରଙ୍କ ନିଷେଧାଦେଶ ପରେ ଟିକ୍‌ଟକ୍ ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ସରକାର ଲଗାଇଥିବା ପ୍ରତିବନ୍ଧକ ସାମୟିକ ଏବଂ ଏହା ଉପରେ ସରାକାରଙ୍କ ସହ ଆଲୋଚନା କରାଯାଉଛି। ଟିକ୍‌ଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ସରକାର ଟିକ୍‌ଟକ୍ ସମେତ ୫୯ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି।  ଟିକ୍‌ଟକ୍ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ନେଇ ଆମେ ଶୀଘ୍ର ସରକାରଙ୍କ ସହ କଥା ହେଉଛୁ । ତଥ୍ୟ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ ସବୁପ୍ରକାରର ଭାରତୀୟ ଆଇନକୁ ଟିକଟକ ପାଳନ କରିଆସିଛି । କମ୍ପାନି ନିଜ ୟୁଜରଙ୍କ ତଥ୍ୟ ଚୀନ କିମ୍ବା ଅନ୍ୟ କୌଣସି ବିଦେଶୀ ସରକାରଙ୍କୁ ପ୍ରଦାନ କରିନାହିଁ । ସରକାର ଅନୁମତି ଦେଲେ ଆଗକୁ ମଧ୍ୟ ଏହା ବଜାୟ ରଖିବୁ । ଗୋପନୀୟତା ଓ ସ୍ୱଚ୍ଚତା ରକ୍ଷା ଉପରେ କମ୍ପାନି ସର୍ବାଧିକ ଗୁରୁତ୍ୱ ଦେଇଥାଏ ବୋଲି ଟିକଟକ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି କହିଛନ୍ତି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories