www.samajalive.in
Saturday, December 6, 2025
15.1 C
Bhubaneswar

ଭାରତ-ଚୀନ ସୈନ୍ୟ ଅଧିକାରୀସ୍ତରୀୟ ଆଲୋଚନା ଆରମ୍ଭ

ଲେହ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ଏବଂ ଚୀନ ସେନା ଅଧିକାରୀସ୍ତରୀୟ ବୈଠକ ମଙ୍ଗଳବାର ପୁଣି ଥରେ ଆରମ୍ଭ ହୋଇଛି। ଲେହର ଚୁଶୁଲରେ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଦୁଇ ଦେଶର ସୈନ୍ୟଙ୍କୁ ପଛକୁ ହଟାଇବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଆଲୋଚନାରେ ଭାରତ ପକ୍ଷରୁ ୧୪ତମ କୋର କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ପ୍ରତିନିଧିତ୍ଵ କରୁଛନ୍ତି। ଚୀନ ପକ୍ଷରୁ ମେଜର ଜେନେରାଲ ଲିନ୍‌ ଲିଉ ଉପସ୍ଥିତ ଅଛନ୍ତି। ଚଳିତ ମାସରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ଅଧିକାରୀସ୍ତରରେ ଏହା ୩ୟ ଆଲୋଚନା। ଏହା ପୂର୍ବରୁ ଜୁନ ୬ ଏବଂ ୨୨ ତାରିଖରେ ଆଲୋଚନା ହୋଇଥିଲା। ତେବେ ଜୁନ ୧୫ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଏହା ୨ୟ ବୈଠକ। ପୂର୍ବର ୨ ବୈଠକ ଚୀନର ମୋଲ୍‌ଡୋରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକ ଭାରତୀୟ କ୍ଷେତ୍ର ଚୁଶୁଲରେ ବସିଛି।

- Advertisement -

ସୂଚନା ଯେ, ପେନଗୋଙ୍ଗରେ ୨/୩ କିଲୋମିଟର ପଛକୁ ହଟିବା ଲାଗି ଭାରତ ସହମତ ହୋଇନାହିଁ। ଅର୍ଥାତ ଫିଙ୍ଗର ୪ରୁ ଭାରତୀୟ ସେନା ପଛକୁ ହଟିବ ନାହିଁ। କାରଣ ଏହି ଅଂଶ ସର୍ବଦା ଭାରତର ନିୟନ୍ତ୍ରଣରେ ରହିଆସିଛି। ଭାରତ ଫିଙ୍ଗର ୮କୁ ଏଲଏସି ବୋଲି ଦାବି କରିଛି। ଅନ୍ୟପଟେ ଗଲୱାନରେ ଚୀନ ୨/୩ କିଲୋମିଟର ପଛକୁ ଯିବାକୁ ସହମତ ହେଉନାହିଁ। ଗତ ବୈଠକରେ ଚୀନ କହିଥିଲା ଯେ, ସେ ଏବେ ବି ନିଜର ଦାବି ଅଞ୍ଚଳରୁ ୮୦୦ ମିଟର ପଛରେ ରହିଛି। ଆଜିର ବୈଠକରେ ଗଲୱାନ ଘାଟିରୁ ଚୀନ ସୈନ୍ୟ ପଛକୁ ହଟିବା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏହା ସହିତ ଡେପସାଙ୍ଗ ଏବଂ ଡେମଚୋକରେ ଜାରି ବିବାଦ ଉପରେ ବି ଆଲୋଚନା ହେବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories