www.samajalive.in
Sunday, December 14, 2025
26.1 C
Bhubaneswar

ଶୋଇଥିବା ଅବସ୍ଥାରେ ଦଂଶନ କଲା ସର୍ପ ; ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ରାତିରେ ଜଣେ ୮ ବର୍ଷର ନାବାଳକ ନିଜ ୧୬ ବର୍ଷର ଭାଇ ଓ ଅଜାଙ୍କ ସହ ଏକ ଘରେ ଶୋଇଥିଲା। ମାତ୍ର ସକାଳେ ତାଙ୍କ ମୃତ୍ୟୁର ଖବର ଶୁଣିବାକୁ ମିଳିଥିଲା। ଶୋଇଥିବା ସମୟରେ ୩ ଜଣଙ୍କୁ ଏକ ବିଷାକ୍ତ ସର୍ପ କାମୁଡ଼ିଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ବାଲାଘାଟ ଜିଲାରେ ଘଟିଛି।
ବାରାସିବନୀ ଥାନା ଅନ୍ତର୍ଗତ ବୋଟେଝରୀ ଗାଁରେ ସୋମବାର ଭୋର ସମୟରେ ସାପ ଦଂଶନ କରିବାରୁ ଏକ ଝୁମ୍ପୁଡ଼ି ଘରେ ଶୋଇଥିବା ଗୋଟିଏ ପରିବାରର ୮ ବର୍ଷର ନାବାଳକ ସହ ୩ ଜଣଙ୍କର ମୃତ୍ୟୁ ହୋଇଛି।
ମୃତକ ହେଲେ ଗନ୍ନାଲାଲ ମେକ୍ଷାମ (୬୦), ରାଜେଶ (୧୬), ରାହୁଲ (୮)। ମୃତ ରାଜେଶ ଓ ରାହୁଲ ଭାଇଥିଲେ, ମୃତ ଗନ୍ନାଲାଲ ତାଙ୍କ ଅଜା ଥିଲେ।
ସୂଚନା ଯୋଗ୍ୟ, ଗନ୍ନାଲାଲ , ରାଜେଶ ଓ ରାହୁଲ ଜମି ନିକଟରେ ଥିବା ଏକ ଝୁମ୍ପୁଡ଼ି ଘରେ ଚଟାଣରେ ଶୋଇଥିଲେ। ସେହି ସମୟରେ ୩ ଜଣଙ୍କୁ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
ଖବର ପାଇ ବାରାସିବନୀ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଖବର ପ୍ରଘଟ ହେବା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories