www.samajalive.in
Monday, December 8, 2025
16.1 C
Bhubaneswar

ଅମାନବୀୟ: ମାଙ୍କଡ଼ ବେକରେ ଦଉଡ଼ି ବାନ୍ଧି ଫାଶୀରେ ଝୁଲାଇଦେଲେ ଲୋକେ, ୩ ଗିରଫ

ହାଇଦ୍ରାବାଦ: ମଣିଷଠାରେ ହଜିଯାଉଛି ମାନବିକତା। ମଣିଷ ଦିନକୁ ଦିନ କ୍ରୂର ପାଲଟିଯାଉଛି। କେରଳରେ ଗର୍ଭିଣୀ ହାତୀକୁ ସପୁରି ଭିତରେ ବିସ୍ଫୋରକ ଦେଇ ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ତେଲେଙ୍ଗାନାରେ ଏକ ମାଙ୍କଡ଼କୁ ଫାଶୀ ଦେଇ ହତ୍ୟା କରିବା ଘଟଣା ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।

ତେଲେଙ୍ଗାନାର ଖମ୍ମମ ଜିଲାରେ ଏପରି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ୩ ଜଣ ବ୍ୟକ୍ତି ଅତି ନିର୍ଦ୍ଦୟ ଭାବେ ମାଙ୍କଡ଼ଟିକୁ ହତ୍ୟା କରିଛନ୍ତି। ମାଙ୍କଡ଼କୁ ଧରିବା ପରେ ସେମାନେ ତା’ ବେକରେ ଦଉଡ଼ି ବାନ୍ଧି ଗଛ​‌ରେ ଝୁଲାଇ ଦେବାରୁ ତା’ର ମୃତ୍ୟୁ ଘଟିଛି। ମାଙ୍କଡ଼ମାନଙ୍କୁ ଡରାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତମା​‌ନେ ଏଭଳି କାଣ୍ଡ ଘଟାଇଛନ୍ତି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।

- Advertisement -

ସତୁପଲ୍ଲୀ ରେଞ୍ଜ ଅଧିକାରୀ ଏ. ଭେଙ୍କଟେଶ୍ଵରଲୁ କହିଛନ୍ତି ଯେ, ଅଭିଯୁକ୍ତମାନେ ନିଜର ଦୋଷ ସ୍ବୀକାର କରିଛନ୍ତି। ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଗତ ୨୬ ତାରିଖରେ ବେମସୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା। ମାଙ୍କଡ଼କୁ ଗଛରେ ଟାଙ୍ଗି ହତ୍ୟା କରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତମାନେ ଅନ୍ୟ ମାଙ୍କଡ଼ଙ୍କୁ ଡରାଇବା ଲାଗି ଏଭଳି କରୁଥିଲେ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories