www.samajalive.in
Friday, December 5, 2025
17.1 C
Bhubaneswar

ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

ବରଗଡ: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲାରେ ଚାଷୀ ତାର ଧାନ ବିକ୍ରି କରିପାରୁ ନାହିଁ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଶତାଧିକ ଚାଷୀ ଏହାର ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଜମା କରି ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ, ରବି ଋତୁ ଧାନ ସଂଗ୍ରହ ଅବଧି ସରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ହଜାର ହଜାର ଧାନବସ୍ତା ପଡ଼ି ରହିଛି। ଧାନ ବିକ୍ରି ହୋଇପାରୁ ନ ଥିବାରୁ ଚାଷୀ ଧାନ ଧରି ବସିରହିଛନ୍ତି। ତେଣୁ ଏହାର ପ୍ରତିବାଦରେ ଭେଡେନ, ରେଶମ, ଅତାବିରା ଅଞ୍ଚଳର ବହୁ ଚାଷୀ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଧାରଣାରେ ବସିଛନ୍ତି। ତୁରନ୍ତ ଧାନ ବିକ୍ରି ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories