www.samajalive.in
Saturday, December 6, 2025
26.1 C
Bhubaneswar

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ, ମାନିଲେନି କୋଭିଡ ଗାଇଡ୍‌ଲାଇନ

ଟିଟିଲାଗଡ଼: ବଲାଙ୍ଗିର ଜିଲା ଟିଟିଲାଗଡ଼ରେ ସୋମବାର ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଏହି ବିକ୍ଷୋଭ ସମୟରେ ଦଳୀୟ କର୍ମକର୍ତ୍ତାମାନେ କୋଭିଡ ନିୟମ ପାଳନ କରି ନ ଥିବା ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିରେନ୍ଦ୍ର ବାଗ, ବଲାଙ୍ଗୀର ଜିଲା କାର୍ଯ୍ୟକାରୀ ସଭାପତି ଡମ୍ବରୁ ଛତ୍ରିଆ, ଟିଟିଲାଗଡ଼ ନଗର ସଭାପତି ପ୍ରଭାସ ବହିଦାର, ବ୍ଲକ ସଭାପତି ତୁଳସୀ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭରେ ସାମିଲ ହୋଇଥିଲେ। କିନ୍ତୁ ଅନେକ କର୍ମକର୍ତ୍ତା ମାସ୍କ ପିନ୍ଧି ନ ଥିବାବେଳେ କୌଣସି ଜଣେ ହେଲେ ସାମାଜିକ ଦୂରତା ରକ୍ଷା କରି ନ ଥିଲେ। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିରେନ୍ଦ୍ର ବାଗଙ୍କୁ ପଚରାଯିବାରୁ କର୍ମକର୍ତ୍ତାମାନେ ମାସ୍କ ପିନ୍ଧିଥିବା କହିଥିଲେ, ମାତ୍ର ସାମାଜିକ ଦୂରତା କଥାକୁ ଏଡ଼ାଇ ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories