www.samajalive.in
Saturday, December 13, 2025
27.1 C
Bhubaneswar

ମିଳୁନି ଟୋକନ, ଚାଷୀ ହନ୍ତସନ୍ତ

ସିନେ୍ଧକେଲା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲା ଜୋନର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ନେଇ ଚାଷୀ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଚାଷୀ ମଣ୍ଡିକୁ ଧାନ ଆଣିଲେ ସୁଦ୍ଧା ମଣ୍ଡିରେ ଧାନ ଉଠାଣରେ ବିଳମ୍ବ ହେଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦୋତରାରେ।

ଚାନ୍ଦୋତରା ସେବା ସମବାୟ ସମିତି ଜରିଆରେ ଚଳିତ ବର୍ଷ ରବି ରୁତୁ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ଚାନ୍ଦୋତରା ସମେତ ଭୁର୍ସାଗୁଡା , କୁରଲୁଭଟା , ଚିନ୍ଦାଗୁରା , ଟିଟିଗାଁ ଆଦିର ପ୍ରାୟ ୫୮ ଜଣ ଚାଷୀ ଚଳିତ ରବି ରୁତୁରେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାନ୍ଦୋତରା ସେବା ସମବାୟ ସମିତି ଜରିଆରେ ଅନଲାଇନ ରେଜିଷ୍ଟ୍ରେସନ କରିଥିଲେ। ୯ ଜଣ ଚାଷୀଙ୍କର ପ୍ରାୟ ୬୦୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଥିଲା ହେଲେ ଯୋଗାଣ ବିଭାଗରୁ ଟାର୍ଗେଟ ଦିଆଯାଇଥିଲା ମାତ୍ର ୨୦୦ କ୍ୱିଣ୍ଟାଲର ତେଣୁ ଏହି ଟାର୍ଗେଟ ମ୍ମରେ ମାତ୍ର ୪ ଜଣ ଚାଷୀ ଧାନ ବିକ୍ରୀ କରିପାରିଥିବା ବେଳେ ୫ ଜଣ ଚାଷୀ ଟୋକନ ଥାଇ ମଧ୍ୟ ଧାନ ବିକି ନ ପାରି ନିରାଶ ଫେରିଥିଲେ।

- Advertisement -

ତେବେ ଏନେଇ ପେକ୍ସ ସମ୍ପାଦକ ବୈକାନ୍ତ ବେହେରାଙ୍କୁ ପଚାରିବାରୁ ଆମେ ସମସ୍ତଙ୍କ ଅନଲାଇନ ପଞ୍ଜିକରଣ କରାଇଛୁ କିନ୍ତୁ ଉପରୁ ଟାର୍ଗେଟ ଓ ଟୋକନ ଦେବା ଯୋଗାଣ ବିଭାଗର ଦାୟିତ୍ୱ ତେଣୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଏଆରସିଏସ ଅଜିତ ବଗର୍ତ୍ତିଙ୍କୁ ପଚାରିବାରୁ ଚାନ୍ଦୋତରା ଚାଷୀମାନଙ୍କ ସମସ୍ୟା ନେଇ ବଲାଙ୍ଗିର ସିଏସଓଙ୍କୁ ପତ୍ର ଲେଖି ଜଣାଇଥିବା ସେ କହିଥିଲେ। ପେକ୍ସ ମାଧ୍ୟମରେ ଧାନ କିଣା ପ୍ରକ୍ରିୟା ଜୁନ ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଜୁନ ୨୫ ହେଲାଣି ତେଣୁ ଅନ୍ୟ ଉପାୟ ନ ପାଇ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିବା ଅଞ୍ଚଳର ଚାଷୀବୃନ୍ଦ ବିଷ୍ଣୁ ବେହେରା, ଦଧିମୁଖ ବଛା, କ୍ଷେତ୍ର ରଣା, ପ୍ରଶାନ୍ତ ସାଗର, କପିଳ ବନଛୋର, ଗୁଡୁ ମାଝୀ, ବିଷମ ଭୋଇ, ପ୍ରେମଜୟ ଜାଲ, ମନୋହର ବାଗ, ନିଳକଣ୍ଠ ବାଗ, ବେଣୁ ଝାକର, ଆର୍ତ୍ତତ୍ରାଣ ବଛା, ରଙ୍କନିଧି ରଣା, ଯୋଗେନ୍ଦ୍ର ବେହେରା, ଘାସିରାମ ସାହୁ ପ୍ରମୁଖଙ୍କ ସହ ବହୁ ଚାଷୀପେକ୍ସ ସମ୍ମୁଖରେ ଧାରଣା ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ପେକ୍ସ ଖୋଲାଥାଇ ଅନ୍ୟ କର୍ମଚାରୀମାନେ ଥିବା ବେଳେ ପେକ୍ସ ସମ୍ପାଦକଙ୍କ ଦେଖା ମିଳି ନଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories