www.samajalive.in
Saturday, December 13, 2025
23.1 C
Bhubaneswar

ମାଲ୍‌ଦା, ମୁର୍ସିଦାବାଦରେ କୁଟୀରଶିଳ୍ପ ପାଲଟିଛି ଧଳାଜହର, ବାଲେଶ୍ବର ଦେଇ ପହଞ୍ଚୁଛି ରାଜଧାନୀରେ

ଭୁବନେଶ୍ବର : ରାଜଧାନୀ ସମେତ ବିଭିନ୍ନ ଜିଲା ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ହେରୋଇନ୍ ବା ବ୍ରାଉନ୍‌ସୁଗର ଭଳି ଧଳା ଜହର ଚାଲାଣ ହେଉଛି ପଶ୍ଚିମବଙ୍ଗର ମାଲ୍‌ଦା ଓ ମୁର୍ସିଦାବାଦରୁ। ଏହି ଅଞ୍ଚଳ ହେରୋଇନ୍ ଓ ବ୍ରାଉନ୍‌ସୁଗର ଭଳି ଧଳା ଜହରର କାରାଖାନା ପାଲଟିଛି। ଘରେ ଘରେ ଏହାର କଞ୍ଚାମାଲ୍‌ ଅଫିମ ପ୍ରସ୍ତୁତି ଏକପ୍ରକାର କୁଟୀର ଶିଳ୍ପ ହୋଇଛି। ଏସବୁ ନିଶାଦ୍ରବ୍ୟ ପ୍ରସ୍ତୁତ ହେବା ପରେ ବେଧଡକ ଭାବେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। ବେଆଇନ ଭାବେ ତିଆରି ହେଉଥିବାରୁ ଏହି ନିଶାଦ୍ରବ୍ୟର ମୂଲ୍ୟ ଚୋରା ବଜାରରେ ଢ଼େର ଅଧିକ।

ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳର ଧଳାଜହର କାରବାର ଉପରେ ଗତ କିଛି ମାସ ହେବ ଏସ୍‌ଟିଏଫ୍ ନଜର ରଖିଛି। ମାର୍ଚ୍ଚ ୧୨ରେ ଏସ୍‌ଟିଏଫ୍‌ ଦ୍ବାରା ରାଜଧାନୀ ଉପକଣ୍ଠରୁ ୧୭୪୯ ଗ୍ରାମ୍‌ ଓ ମାର୍ଚ୍ଚ ୨୦ରେ ରାଜଧାନୀରୁ ୨୭୨୯ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ ହୋଇଥିଲା। ଏମାନେ ଥିଲେ ଧଳା ଜହର କାରବାରର ଡିଲର। କରୋନା ପାଇଁ ଅଢ଼େଇ ମାସ ପରେ ବଡ଼ ଡିଲ୍‌ ଆଶାରେ ଗତ ୧୯ ତାରିଖରେ ୩ ଜଣ ହୋଲ୍‌ସେଲର ୪୪୮୬ ଗ୍ରାମ ହେରୋଇନ୍ ରାଜଧାନୀରେ ପହଞ୍ଚିଥିଲେ। ନିରବଚ୍ଛିନ୍ନ ଭାବେ ନିଶା କାରବାର ଉପରେ ଗୁଇନ୍ଦା ନଜର ରଖାଯିବା ଫଳରେ ଏହି ସଫଳତା ମିଳିଛି ବୋଲି କହିଛନ୍ତି ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ। ବାରମ୍ବାର ଚଢ଼ଉ ଯୋଗୁଁ ନିରାଶ ହୋଇପଡ଼ିଲେଣି ନିଶା ବେପାରୀ ବୋଲି ସେ କହିଛନ୍ତି।

- Advertisement -

ବ୍ରାଉନ୍‌ସୁଗର କାରବାରର ଇତିହାସ
ଇଂରେଜ ଅମଳରେ ପଶ୍ଚିମବଙ୍ଗରେ ଅଫିମ ଚାଷ ସରକାରୀଭାବେ କରାଯାଉଥିଲା। ଇଂରେଜମାନେ ଏଥିରୁ ହେରୋଇନ୍‌ ପ୍ରସ୍ତୁତ କରି ଚୀନ୍‌ରେ ବିକ୍ରି କରୁଥିଲେ। ଚୀନ୍‌ରେ ଏହି ନିଶାଦ୍ରବ୍ୟ ଏକପ୍ରକାର ଅରାଜକତା ସୃଷ୍ଟି କରିବାରୁ ଚୀନ ଓ ଇଂରେଜଙ୍କ ମଧ୍ୟରେ ‘ଓପିଅମ୍‌ ଯୁଦ୍ଧ’ ହୋଇଥିଲା। ଦେଶ ସ୍ବାଧୀନ ହେବା ପରେ ମାଲ୍‌ଦା ଓ ମୁର୍ସିଦାବାଦରୁ ପପି ଗଛରୁ କଞ୍ଚାମାଲ୍‌ ଭାବେ ଅଫିମ ଉତ୍ପାଦନ କରାଯାଉଥିଲା। ତେବେ ଏହାକୁ ନେଇ ବାହାରେ ହେରୋଇନ୍ ପ୍ରସ୍ତୁତ କରାଯାଉଥିଲା। ହେରୋଇନ୍‌ର ବଜାର ମୂଲ୍ୟ ବହୁତ ହୋଇଥିବାରୁ ଅଫିମ ଚାଷ କରୁଥିବା ବ୍ୟବସାୟୀ ଏବେ ସେଠାରେ ହେରୋଇନ୍ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି।

କାହିଁକି ରୋକାଯାଇ ପାରୁନାହିଁ
ପଶ୍ଚିମବଙ୍ଗର ଏହି ମାଲ୍‌ଦା ଓ ମୁର୍ସିଦାବାଦ ଅଞ୍ଚଳରେ ପପି ଚାଷ ଏକ କୁଟୀର ଶିଳ୍ପ। ରୋକିବା ଲାଗି ପଶ୍ଚିମବଙ୍ଗ ସରକାର ଏକାଧିକବାର ଉଦ୍ୟମ କରିଛନ୍ତି। ୨୦୧୬ରେ ପଶ୍ଚିମବଙ୍ଗ ସରକାର ଏହା ବିରୋଧରେ ପଦକ୍ଷେପ ନେଇଥିଲେ। ହେଲେ ଏହି ଚାଷ ପଛରେ ରାଜନୈତିକ ସମର୍ଥନ ରହିଥିବାରୁ ହିଂସାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକ ଥାନା ପୋଡ଼ାଜଳା କରିଥିଲେ। ଏଥିରେ ୩ରୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପପି ଚାଷରୁ ପୋସ୍ତ ଉତ୍ପାଦନ କରାଯାଇଥାଏ। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଚାଷୀମାନେ ପପି ଚାଷ କରିଥାନ୍ତି। ମାଲ୍‌ଦାର କାଲିଚେକ୍‌ ଏବଂ ମୁର୍ସିଦାବାଦର ଲାଲ୍‌ଗୋଲା ଅଞ୍ଚଳ ଏହି ବେଆଇନ ଚାଷର ପେଣ୍ଠସ୍ଥଳ। ଏହି ଚାଷ ବେଆଇନ ହୋଇଥିଲେ ମଧ୍ୟ ସରକାର ଏହା ବିରୋଧରେ ପଦକ୍ଷେପ ନେଇ ପରୁନାହାନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories