www.samajalive.in
Saturday, December 13, 2025
23.1 C
Bhubaneswar

ବିନାଶ ମୁଦ୍ରାରେ କରୋନା: ପୁଣି ସତର୍କ କଲେ ସରକାର, ଆଗକୁ ସ୍ଥିତି ଭୟଙ୍କର

ଭୁବନେଶ୍ବର : ଦେଶ ହେଉ କିମ୍ବା ରାଜ୍ୟ, କରୋନା ସ୍ଥିତିରେ ସୁଧାର ଆସିବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି। ଓଡ଼ିଶାରେ ପ୍ରତ୍ୟେକ ଦିନ ଶତାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୧୭ ଜଣଙ୍କ ଜୀବନ ନେଲାଣି। ସେମାନଙ୍କ ଭିତରୁ ୬ ଜଣ ମୃତକ ଏପରି ଅଛନ୍ତି ଯେଉଁମାନେ ଲକ୍‌ଡାଉନ୍ ସମୟରେ ନିଜ ଘରୁ ଗୋଡ଼ କାଢ଼ି ନ ଥିଲେ। ଗଞ୍ଜାମ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଜିଲାର ଅନେକ ପ୍ରାଶାସନିକ ଅଧିକାରୀ ସଂକ୍ରମିତ ହେବାରେ ଲାଗିଥିବାରୁ ଆସନ୍ତା ୧୦ ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଏବେ ରାଜ୍ୟରେ ସଂକମ୍ରିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଥିବା ବେଳେ ଆସନ୍ତା ଜୁଲାଇ ମାସ ବେଳକୁ ସ୍ଥିତି କ’ଣ ହୋଇଥିବ ତାହା କହିବା ମୁସ୍କିଲ। ବର୍ତ୍ତମାନ ଘରର ବୟସ୍କ ବ୍ୟକ୍ତିଙ୍କ ପ୍ରତି ଅଧିକ ଯତ୍ନବାନ୍ ହେବା ପାଇଁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସହରାଞ୍ଚଳରେ ହୋମ୍ କ୍ବାରେଣ୍ଟାଇନ୍ ସଠିକ୍ ଭାବେ ପାଳନ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ହୋମ୍ କ୍ବାରେଣ୍ଟାଇନ୍ ସମୟରେ ପରିବାର ଲୋକଙ୍କ ସହିତ ମିଳାମିଶା କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି। ଏପରିକି ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ତଥା ହୋମ୍ କ୍ବାରେଣ୍ଟାଇନ୍ ପାଇଁ ଆଜି ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି।

ବୁଧବାର ସକାଳ ସୁଦ୍ଧା ରାଜ୍ୟରେ ୨୮୨ ଜଣ ନୂଆ ସଂକମ୍ରିତ ବାହାରିଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚିଛି। ଗଞ୍ଜାମ ଜିଲାରେ ଆଜି ୭୫ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ୧୦୩୦ ସଂକ୍ରମିତ ବାହାରିଲେଣି। ସେହିପରି ଗଜପତି ଜିଲାରେ ଆଜି ସର୍ବାଧିକ ୭୬ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଅମ୍ପନ୍ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ୮ ଜଣ ଏନ୍‌ଡିଆରଏଫ୍‌ ଯବାନ୍ ସାମିଲ ଅଛନ୍ତି। ସେହିପରି ୨୬ ଜଣ ସଂକ୍ରମିତ ହେଉଛନ୍ତି ସ୍ଥାନୀୟ ବ୍ୟକ୍ତି। ୨୩ ତାରିଖ ସୁଦ୍ଧା ଭୁବନେଶ୍ବରରେ ଥିବା ବ୍ଲୁ-ହୁଇଲ୍ ହସ୍ପିଟାଲରୁ ୨୭ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହି ହସ୍‌ପିଟାଲକୁ ବିଏମ୍‌ସି ପକ୍ଷରୁ ଆଜି ସିଲ୍ କରାଯାଇଛି।

- Advertisement -

ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ଓଡ଼ିଶାରେ ଏବେ ସୁଦ୍ଧା ୨୪ ଜଣ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ ହୋଇଛି। ତେବେ ସେମାନଙ୍କ ଭିତରୁ ୧୭ ଜଣଙ୍କ ମୃତ୍ୟୁର ପ୍ରାଥମିକ କାରଣ ହେଉଛି କୋଭିଡ୍‌-୧୯। ମୃତକଙ୍କ ମଧ୍ୟରେ ୧୧ ଜଣଙ୍କର ବିଭିନ୍ନ ପ୍ରକାର ରୋଗ ଥିଲା। ସେହିପରି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୬୦ ବର୍ଷରୁ ଅଧିକ ବୟସର ଥିଲେ। ୬ ଜଣଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନ ଥିଲା। ସେମାନେ ନିୟମ ମାନି ଘରେ ରହିଥିଲେ। କିନ୍ତୁ ତାଙ୍କ ପରିବାର ସଦସ୍ୟ ବାହାରେ ବୁଲାବୁଲି କରି କରୋନା ଭୂତାଣୁକୁ ଘରକୁ ଡାକି ଆଣିଥିଲେ। ସେମାନେ ନିଜେ ସଂକ୍ରମିତ ହୋଇ ସୁସ୍ଥ ହୋଇଗଲେ; କିନ୍ତୁ ତାଙ୍କର ଏହି ଭୁଲ୍ ପାଇଁ ପରିବାରର ବରିଷ୍ଠ ସଦସ୍ୟ ମୃତ୍ୟୁବରଣ କଲେ। ଏ ବିଷୟରେ ମଧ୍ୟ ସରକାରଙ୍କ ପକ୍ଷରୁ ବହୁବାର ବିଭିନ୍ନ ମାଧ୍ୟବରେ ଜନସାଧାରଣଙ୍କୁ ସତର୍କ କରାଯାଇଛି। ହେଲେ ଏହାକୁ କଡ଼ାକଡ଼ି ପାଳନ କରିବାରେ ଲୋକମାନେ ଅବହେଳା କରିଛନ୍ତି। ଫଳସ୍ବରୂପ ଆମକୁ ଆଜି ଏ ଦୁର୍ଦିନ ଦେଖିବାକୁ ପଡ଼ୁଛି। ଏବେ ଏବିଷୟରେ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ସେ କହିଥିଲେ ଯେ ବାହାରୁ ଏବେ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକେ ଓଡ଼ିଶା ଫେରୁଛନ୍ତି। ସହରାଞ୍ଚଳରେ ସରକାର ନିଜ ନିଜ ଘରେ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ଅନୁମତି ଦେଇଛନ୍ତି। ତେବେ ଏହାର ମାନେ ନୁହେଁ ଯେ ଆମେ ପରିବାର ଲୋକଙ୍କ ସହିତ ମିଳାମିଶା କରିବା। ଏହା ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଏଥିପ୍ରତି ଦୃଷ୍ଟି ଦେବା ଏକାନ୍ତ ଜରୁରୀ ବୋଲି ସେ କହିଛନ୍ତି। ଗତକାଲି ମଧ୍ୟରାତ୍ର ସୁଦ୍ଧା ଓଡ଼ିଶାରେ ୨,୩୫,୬୨୭ ନମୁନା ପରୀକ୍ଷା ହୋଇଛି। ୪୧୨୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୦୫ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ଆଜି ୧୩୫ ଜଣ ସୁସ୍ଥ ହୋଇଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories