www.samajalive.in
Wednesday, December 10, 2025
14.1 C
Bhubaneswar

୧୬୦ କୋଟିରେ ପହଞ୍ଚିଲା ଖାରବେଳ ଭବନର ବ୍ୟୟ ଅଟକଳ

ଭୁବନେଶ୍ବର : ରାଜ୍ୟର ଦ୍ବିତୀୟ ସଚିବାଳୟ କୁହାଯାଉଥିବା ଖାରବେଳ ଭବନରେ ଅତିରିକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ୧୦ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରଶାସନିକ ଦପ୍ତର ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ପୂର୍ତ୍ତ ବିଭାଗ ସୂଚନା ଅନୁସାରେ ଖାରବେଳ ଭବନରେ ୩ଟି ଅତିରିକ୍ତ ଚାମ୍ବର, ୬ଟି ବୈଠକ ଗୃହ, ପ୍ରଥମ ମହଲାରେ ସାମ୍ବାଦିକ ସମ୍ମିଳନୀ କକ୍ଷ, ପାର୍କିଂ ସ୍ଥଳ, ସୁରକ୍ଷାକର୍ମୀଙ୍କ ପାଇଁ ବାରାକ୍, ସୁରକ୍ଷା ଛପର, ଗାଡ଼ି ଚାଳକଙ୍କ ବିଶ୍ରାମ କକ୍ଷ, ଦୃଷ୍ଟି ବାଧିତଙ୍କ ପାଇଁ ବ୍ୟବସ୍ଥା, ଡ୍ରେନ୍ ଓ କଲଭର୍ଟ ନିର୍ମାଣ ପାଇଁ ୨.୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଘରୋଇ କମ୍ପାନୀର ମଡୁଲାର୍ କାଠ ଆସବାବପତ୍ର ପାଇଁ ୩.୮୪ କୋଟି, କାର୍ଯ୍ୟାଳୟ ଭିତରେ ବୈଠକ ପାଇଁ ଚେୟାର ଟେବୁଲ ବାବଦରେ ୫୫ ଲକ୍ଷ ଟଙ୍କା, ଭିଆରଏଫ୍‌ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ସିସିଟିଭି ପାଇଁ ୭୪ ଲକ୍ଷ, ବିଭିନ୍ନ ବିଭାଗର ଅନୁରୋଧ କ୍ରମେ ଅତିରିକ୍ତ ଚାମ୍ବର ନିର୍ମାଣ ପାଇଁ ୧.୩୫ କୋଟି, ଅତିରିକ୍ତ ଚାମ୍ବର ପାଇଁ କାଠ ସରଞ୍ଜାମ ବାବଦରେ ୬୯ ଲକ୍ଷ ଏବଂ ମରାମତି ପାଇଁ ୮୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

- Advertisement -

ଉଦ୍‌ଘାଟନ ବେଳକୁ ଖାରବେଳ ଭବନ ପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରେ ବିଭିନ୍ନ ଖର୍ଚ୍ଚ ବାବଦରେ ମଞ୍ଜୁର ହୋଇଥିବା ବ୍ୟୟ ଅଟକଳ ୧୫୯ କୋଟି ୩୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ହାରାହାରି ୩୦ କୋଟି ଟଙ୍କା ବୃଦ୍ଧି ପାଇଥିଲା। ଏବେ ଉପରୋକ୍ତ ପରିମାଣକୁ ବାଦ୍ ଦେଇ ଆଉ ୧୦ କୋଟି ୧୫ ଲକ୍ଷ ୭୯ ହଜାର ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ପାଇଁ ସାଧାରଣ ପ୍ରଶାସନ ବିଭାଗର ମଞ୍ଜୁରୀ ପାଇଁ ପଠାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories