www.samajalive.in
Tuesday, December 9, 2025
15.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ ନିଦାନରେ ତାଲା, ଘରୋଇ ପା‌େ‌ଥାଲାବ୍‌ ମୁହାଁ ରୋଗୀ

ଭୁବନେଶ୍ବର : ଗୋଟିଏ କି ଦୁଇଟି ନୁହେଁ, ସମୁଦାୟ ୧୬ ପ୍ରକାର ନମୁନା ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିଲା। ଏଫ୍‌ଏନସିରୁ ଆରମ୍ଭ କରି କଲଚର। ଏସବୁ ପରୀକ୍ଷା ହେଉଥିଲା ନିଦାନ ଜରିଆରେ। ମାତ୍ର ନିଦାନରେ ଏବେ ତାଲା ଝୁଲୁଛି। ନା ସଂଗ୍ରହ ହେଉଛି ନମୁନା ନା ମିଳୁଛି ରିପୋର୍ଟ। ବନ୍ଦ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦୁଇ ଥର ସ୍ବାସ୍ଥ୍ୟ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ସୁଦ୍ଧା ଏଯାବତ୍‌ ଏହାର ଉତ୍ତର ମିଳିନାହିଁ। ବିକଳ୍ପଭାବେ ମଧ୍ୟ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ। ପରୀକ୍ଷା ନିମନ୍ତେ ରୋଗୀ ଘରୋଇ ପାଥୋଲାବ୍‌ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ ହୋଇଥିଲା ମୋ ସରକାର ଯୋଜନା। ନମୁନା ପରୀକ୍ଷା ନିମନ୍ତେ ନିଦାନ ମାଧ୍ୟମରେ ହାଇ-ଏଣ୍ଡ ସେବା ଯୋଗାଇଦେଉଥିଲା ଟେକ୍‌ମେଡ ସଂସ୍ଥା। ରାଜ୍ୟ ସରକାର ପିପିପି ମୋଡ୍‌ରେ ୨୦୧୮ରେ ସଂସ୍ଥା ସହିତ ଚୁକ୍ତି କରିଥିଲେ। ଏଠାରେ ସଂସ୍ଥା ପକ୍ଷରୁ ୧୬ପ୍ରକାର ପରୀକ୍ଷା କରାଯାଉଥିଲା। ସକାଳେ ନମୁନା ସଂଗ୍ରହ କରି ସନ୍ଧ୍ୟାରେ ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଉଥିଲା। ପ୍ରାୟ ୮ରୁ ଅଧିକ କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିଲେ। ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ସଂସ୍ଥା ପରୀକ୍ଷା କରୁଥିଲା। ତାଲାବନ୍ଦ ସମୟରେ ନିଦାନରେ ତାଲା ପଡ଼ିଥିଲା। ଅଧା କର୍ମଚାରୀ ତାଲାବନ୍ଦ ଯୋଗୁଁ ଆସୁନଥିବାବେଳେ କାର୍ଯ୍ୟ ଅଧପନ୍ତରିଆ ହେଉଥିଲା। ମାତ୍ର ଏବେ ସମ୍ପୂର୍ଣ୍ଣ ତାଲା ପଡ଼ିଯାଇଛି। ନିଦାନରେ ରିପୋର୍ଟ ମିଳୁନଥିବା ନେଇ ଅନେକ ରୋଗୀଙ୍କ ସମ୍ପର୍କୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପଦକ୍ଷେପ ସ୍ବରୂପ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଦୁଇ ଥର ଚିଠି ଲେଖିଥିଲେ। ମାତ୍ର ୫ଦିନ ବିତିଗଲାଣି ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଘରୋଇ ପାଥୋଲାବ୍‌ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଗରିବ ରୋଗୀ।

- Advertisement -

ଅନ୍ୟପକ୍ଷରେ କର୍ତ୍ତୃପକ୍ଷ କହିଛନ୍ତି ହସ୍ପିଟାଲ ପକ୍ଷରୁ ପ୍ରତି ରୋଗୀ ପିଛା ଟଙ୍କା ଦିଆଯାଉଛି। ଏଯାବତ୍‌ କୌଣସି ବକେୟା ଟଙ୍କା ନାହିଁ। ସମ୍ପୃକ୍ତ କମ୍ପାନୀ ଗତ ୬ମାସ ହେବ ଏଠାରେ ନିୟୋଜିତ କର୍ମଚାରୀଙ୍କୁ ଟଙ୍କା ଦେଇନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ସେମାନଙ୍କ ମଧ୍ୟରେ ବୁଝାମଣା ସଠିକ୍‌ ରହୁନାହିଁ। ଯାହାଦ୍ବାରା ସାଧାରଣ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories