www.samajalive.in
Tuesday, December 9, 2025
17.1 C
Bhubaneswar

ଘରେ ମିଳିବ ଲାଇବ୍ରେରି ସୁବିଧା, ଅନ୍‌ଲାଇନ୍‌ରେ ବହି ବୁକିଂ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜଧାନୀରେ ଥିବା ଘରୋଇ ଲାଇବ୍ରେରିଗୁଡ଼ିକର ଆର୍ଥିକ ଅବସ୍ଥା ବିଗିଡ଼ିଯାଇଛି। ତିନି ମାସ ହେଲା ଲାଇବ୍ରେରିରେ ତାଲା ଝୁଲୁଛି। ଫଳରେ ଘରୋଇ ଲାଇବ୍ରେରି ମାଲିକ ଦୁର୍ଦିନରେ ଅଛନ୍ତି। ମାଲିକମାନେ ଘର ଭଡ଼ା, ଋଣ କିସ୍ତି ଓ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି। ଏଥିରେ ସୁଧାର ଆଣିବା ପାଇଁ ଲାଇବ୍ରେରି ମାଲିକମାନେ ଅନ୍‌ଲାଇନ୍‌ ଜରିଆରେ ଘରେ ବହି ପହଞ୍ଚାଇବା ବ୍ୟବସ୍ଥା କରୁଛନ୍ତି। ଯଦ୍ବାରା ଛାତ୍ରଛାତ୍ରୀ ଘରେ ବସି ବହି ପଢ଼ିବାର ସୁଯୋଗ ପାଇପାରିବେ ଓ କିଛିଟା ରୋଜଗାର ହେବ ବୋଲି ଆଶା ରଖିଛନ୍ତି।

ଯେଉଁ ଛାତ୍ରଛାତ୍ରୀ ବହି କିଣି ପଢ଼ି ପାରୁ ନାହାନ୍ତି କି ଦୋକାନ ଯିବା ସେମାନଙ୍କ ଦ୍ୱାରା ସମ୍ଭବ ନୁହେଁ ସେମାନେ ଏହାର ସୁବିଧା ନେଇପାରିବେ। ସେମାନେ ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବହି ଘରକୁ ନେଇପାରିବେ। ଗୋଟିଏ ମାସରୁ ତିନି ମାସ ପର୍ଯ୍ୟନ୍ତ ବହି ରଖିପାରିବେ। ସେଥିପାଇଁ ସେମାନଙ୍କୁ କିଛି ଟଙ୍କା ଅନ୍‌ଲାଇନ୍‌ ଜରିଆରେ ଜମା କରିବାକୁ ପଡ଼ିବ। ବହି ଫେରସ୍ତ ପରେ ତାଙ୍କୁ ଟଙ୍କା ଫେରାଇ ଦିଆଯିବ। ୨୦ ପ୍ରତିଶତ ଦରରେ ହିଁ ସେମାନେ ବହି ପଢ଼ିବାର ସୁଯୋଗ ପାଇପାରିବେ। ଜଣେ ପିଲା ୩ରୁ ୧୦ ଖଣ୍ଡ ବହି ନେବା ଭଳି ସୁବିଧା ରହିଛି। ବିଦ୍ୟାର୍ଥୀ ଏବଂ ପଢ଼ିବା ରୁଚି ରଖୁଥିବା ଗୃହିଣୀମାନେ ମଧ୍ୟ ବହି ନେଇପାରିବେ ବୋଲି ଘରୋଇ ଲାଇବ୍ରେରି ମାଲିକ କହିଛନ୍ତି।

- Advertisement -

ରାଜଧାନୀରେ ୮ରୁ ୧୦ଟି ସରକାରୀ ଲାଇବ୍ରେରିକୁ ଛାଡ଼ିଦେଲେ ପାଖାପାଖି ୧୦୦ ଘରୋଇ ଲାଇବ୍ରେରି ରହିଛି। ବ୍ୟାଙ୍କିଙ୍ଗ, ରେଲୱେ ଓ ସିଭିଲ ସର୍ଭିସ ପାଇଁ ଛାତ୍ରଛାତ୍ରୀ କୋଚିଂ ନେଉଛନ୍ତି। ସେମାନଙ୍କ ପକ୍ଷେ ସମସ୍ତ ବହି କିଣିବା ସମ୍ଭବ ହେଉନଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଲାଇବ୍ରେରିରେ ପାଠପଢ଼ିବାକୁ ପସନ୍ଦ କରନ୍ତି। ଲାଇବ୍ରେରି ନ ଖୋଲିବା ଯାଏଁ ପିଲାଙ୍କୁ ଅନଲାଇନରେ ବହି ଯୋଗାଇ ଦିଆଯିବ ବୋଲି ରିଡିଙ୍ଗ ବୁକ ଲାଇବ୍ରେରିର କର୍ମଚାରୀ ଅନିଲ କୁମାର ବେହେରା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories