www.samajalive.in
Tuesday, December 9, 2025
26.1 C
Bhubaneswar

କର୍ଣ୍ଣାଟକରେ ୫୦ରୁ ଅଧିକ ବୟସର କରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର ୭୮.୮୭; ବୟସ୍କଙ୍କ ସ୍ବତନ୍ତ୍ର ଯତ୍ନ ନେବା ପାଇଁ ପରାମର୍ଶ

ବେଙ୍ଗାଲୁରୁ: ଦିନକୁ ଦିନ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଏହା ବିପଦ ଆଣି ଦେଇଛି। କର୍ଣ୍ଣାଟକରେ ୫୦ବର୍ଷରୁ ଅଧିକ ବୟସ୍କ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭୮.୮୭ ପ୍ରତିଶତ ରହିଛି। ତେଣୁ ଘରେ ବୟସ୍କ ଲୋକଙ୍କ ସେମାନଙ୍କ ପରିବାର ସଦସ୍ୟ ଅଧିକ ଯତ୍ନ ନେବା ଦରକାର ବୋଲି ରାଜ୍ୟ ଗୃହ, ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ କେ.ସୁଧାକର ପ୍ରକାଶ କରିଛନ୍ତି।
କର୍ଣ୍ଣାଟକରେ ମୋଟ କରୋନା ଆକ୍ରାନ୍ତଙ୍କ ମଧରେ ୫୦ ବୟସରୁ ଅଧିକ ବୟସ୍କଙ୍କ ସଂଖ୍ୟା ମାତ୍ର ୧୬.୨୪ ପ୍ରତିଶତ ରହିଛି। କିନ୍ତୁ କରୋନା ଭୂତାଣୁ ସଂକ୍ରମଣରେ ୭୮.୮୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ୯ହଜାର ୩୯୯ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୮୪୧ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୫୦ରୁ ୫୦ ଏବଂ ୬୦ରୁ ଅଧିକ ବୟସ ୬୮୬ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ସୁଧାକର କହିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories