www.samajalive.in
Monday, December 15, 2025
14.1 C
Bhubaneswar

ପୁରୀ ଜିଲାରେ କର୍ଫ୍ୟୁ କୋହଳ, ଆଜି ସନ୍ଧ୍ୟା ୭ଟାରୁ ହଟିଲା କଟକଣା

ଭୁବନେଶ୍ବର: ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ପୁରୀ ଜିଲାରେ କର୍ଫ୍ୟୁ କୋହଳ କରି ଦିଆଯାଇଛି। ପୁରୀ ଜିଲାରେ କର୍ଫ୍ୟୁ ଉଠାଇ ଦିଆଯାଇଥିବାବେଳେ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ରଥଯାତ୍ରା ପାଇଁ ପୁରୀ ଜିଲାରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଉଠାଇ ଦିଆଯାଇଛି। ଆଜି ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ହଟାଇ ଦିଆଯିବ। କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବା ନେଇ ନିଷ୍ପତ୍ତି ହୋଇଛି। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍‌ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ତିନିରଥ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଯାଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟ୍‌ଡାଉନ୍‌ ଘୋଷଣା ସାଙ୍ଗକୁ କର୍ଫ୍ୟୁଭଳି ସ୍ଥିତି ଜାରି କରାଯାଇଥିଲା। ସୋମବାର ରାତି ୯ରୁ ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲା ସଟ୍‌ଡାଉନ୍‌ ରହିବ ବୋଲି କୁହାଯାଇଥିଲା। ପୁରୀ ଜିଲା ସଟ୍‌ଡାଉନ୍‌ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଘୋଷଣା କରିଥିଲେ। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଥିବାବେଳେ ଅତି ଆବଶ୍ୟକ ନ ଥିଲେ କାହାକୁ ପୁରୀ ସହର ଭିତରକୁ ଛଡ଼ା ଯିବନାହିଁ ବୋଲି କଟକଣା ଜାରି କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories