www.samajalive.in
Sunday, December 7, 2025
14.1 C
Bhubaneswar

କିଛି ଛୋଟ ଟିପ୍ସ; କରିବ ବଡ଼ ସମସ୍ୟାର ସମାଧାନ

ବେଳେବେଳେ କିଛି ଛୋଟ ଛୋଟ କଥା ମଧ୍ୟ ଆମ ବଡ଼ ବଡ଼ ସମସ୍ୟାର ସମାଧାନ କରିଥାଏ। ଏପରି କିଛି ଛୋଟ ଛୋଟ ଟିପ୍ସ ଅଛି, ଯାହାକୁ ଆମେ ଅଣଦେଖା କରୁ ସତ ହେଲେ ତାହା ଆମ ପାଇଁ ଖୁବ୍‍ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହିପରି କିଛି ଆବଶ୍ୟକୀୟ ଟିପ୍ସ ବିଷୟରେ, ଯାହା ଆମ ଜୀବନରେ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

୧. ଯଦି ଆପଣଙ୍କର କାଶ ଏବଂ ଥଣ୍ଡା ଅଛି, ତେବେ ଏକ ପିଆଜକୁ ଦୁଇ ଫାଳ କରି କାଟନ୍ତୁ ଏବଂ ଏହାକୁ କିଛି ଘଣ୍ଟା ପାଇଁ ମହୁରେ ଭିଜାନ୍ତୁ । ପ୍ରତିଦିନ ଏହାର ଏକ ଚାମଚ ପିଅନ୍ତୁ । ଏହା କାଶକୁ ରୋକିବାରେ ସାହାଯ୍ୟ କରିଥାଏ । ଯଦି ଏହା ଅଧିକ ସମୟ ଧରି ରହେ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୨. ଆପଣଙ୍କ ହାତରୁ ରସୁଣର ଗନ୍ଧ ଦୂର କରିବା ପାଇଁ ଲୁଣ ବ୍ୟବହାର କରନ୍ତୁ ।
୩. କଫିରେ ଏକ ଚାମଚ ଲୁଣ ମିଶାଇଲେ ଏହାର ତିକ୍ତତା କମିଯାଏ ।
୪. ଲଙ୍ଗ୍‍ ଡ୍ରାଇଭରେ ଯେତିକି ଜୋରରେ ପାଟି କରନ୍ତି ଘରେ ମଧ୍ୟ ଦିନେ ଦିନେ ସେପରି ପାଟି କରନ୍ତୁ । ଏହା ଆପଣଙ୍କୁ ଏକ ଅପ୍ରତ୍ୟାଶିତ ଆନନ୍ଦ ଦେବ ।
୫. କୌଣସି ଔଷଧ ଖାଇବା ପୂର୍ବରୁ ଟିକିଏ ପାଣି ପିଅନ୍ତୁ ଜ୍ଝ ଏହା ଆପଣଙ୍କୁ ସହଜରେ ଔଷଧ ଗିଳିବାରେ ସାହାଯ୍ୟ କରିବ ।
୬. ଯଦି ଆପଣଙ୍କର ସାଇନସାଇଟିସ୍ ଅଛି, ତେବେ ଜିଭକୁ ପାଟିର ଛାତରେ ରଖନ୍ତୁ ଏବଂ ତା’ପରେ ପାପୁଲିରେ କପାଳକୁ ମାଲିସ୍ କରନ୍ତୁ। ୩୦ସେକେଣ୍ଡ ପାଇଁ ଏହା କରନ୍ତୁ, ଆପଣ ଭଲ ଅନୁଭବ କରିବେ ।
୭. ଭାନିଲା ଆଇସ୍କ୍ରିମରେ ସୋୟା ସସ୍ ର କିଛି ବୁନ୍ଦା ମିଶାଇଲେ ଏହା କରାମେଲ ପରି ସ୍ବାଦ ପାଇବ ।
୮. ଯେତେବେଳେ ଆପଣ କିଛି ଖାଉଛନ୍ତି, ନାକ ବନ୍ଦ କରନ୍ତୁ ଏବଂ ଖାଦ୍ୟକୁ ୩ରୁ ୫ ସେକେଣ୍ଡ ପର୍ୟ୍ୟନ୍ତ ଚୋବାନ୍ତୁ । ଏହା କରିବା ଦ୍ୱାରା ଆପଣ ଖାଦ୍ୟକୁ ଅଧିକ ଉପଭୋଗ କରିବାକୁ ସକ୍ଷମ ହେବେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories