www.samajalive.in
Saturday, December 6, 2025
26.1 C
Bhubaneswar

ଆରାମଦାୟକ ଭାବି ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି?

ସାଧାରଣତଃ ଆମେ ପ୍ରତ୍ୟେକଦିନ ଗାଧୋଇଥାଉ ଏବଂ ଏହା ଏକ ଭଲ ଅଭ୍ୟାସ। ପ୍ରତିଦିନ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମରୁ ତୈଳାକ୍ତ ଅଂଶ ଏବଂ ବ୍ୟାକ୍ଟେରିଆ ସଫା ହୋଇ ଚର୍ମ ପରିଷ୍କାର ହୋଇଥାଏ। ହେଲେ କଣ ଆପଣ ଜାଣନ୍ତି ଯେ, ଆବଶ୍ୟକତାଠାରୁ ଅଧିକ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ଶୁଷ୍କ ହେବା ସହ କୁଣ୍ଡେଇ ହୁଏ। ସେହିପରି ଶୀତ ଦିନେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ହେଲେ ଏହା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଗରମ ପାଣିରେ ଗାଧୋଇବା ଚର୍ମ ପାଇଁ ଖୁବ୍‌ ହାନିକାରକ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇବା ଦ୍ବାରା ଆମ ଚର୍ମ ଉପରେ ଏହାର କି ପ୍ରଭାବ ପଡ଼ିଥାଏ –

ଗରମ ପାଣି ଆପଣଙ୍କ ଶରୀରକୁ ଉଷ୍ମ କରିବା ସହ ଏହା ଶରୀରକୁ ଆରାମ ଦେଇଥାଏ। ହେଲେ ଏହି ଗରମ ପାଣି ଆପଣଙ୍କ ଚର୍ମରୁ ତୈଳ ଅଂଶକୁ ସମ୍ପୂର୍ଣ୍ଣ ରୂପରେ ଦୂର କରିଦିଏ। ଯାହା ଫଳରେ ଚର୍ମ ସମ୍ପୂର୍ଣ୍ଣ ରୂପରେ ଶୁଷ୍କ ହୋଇଯାଏ। ଏହା ଦ୍ଵାରା କୁଣ୍ଡେଇ ହୁଏ ଓ ଚର୍ମ ଖରାପ ହୋଇଯାଏ। ତେଣୁ ଆପଣ ଗରମ ପାଣିରେ ଅଧିକ ସମୟ ଯାଏଁ ଗାଧାନ୍ତୁ ନାହିଁ। ୫ ରୁ ୧୦ ମିନିଟ୍ ଯାଏଁ ଗରମ ପାଣିରେ ଗାଧୋଇ ପାରିବେ। ହେଲେ ଏହା ଠାରୁ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ପାଇଁ ଏହା କ୍ଷତିକାରକ ହୋଇପାରେ। ଗରମ ପାଣିରେ ଗାଧୋଇବା ଦ୍ବାରା ଚର୍ମକୁଞ୍ଚନ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories