www.samajalive.in
Monday, December 15, 2025
27.1 C
Bhubaneswar

ମେକ୍‌ଅପ୍‌ ହୋଇ କରନ୍ତୁ ନାହିଁ ବ୍ୟାୟାମ, ଦେଖାଦେବ ଏହି ସମସ୍ୟା…

ପ୍ରତ୍ୟେକ ଦିନ ବ୍ୟାୟାମ କରିବା ସ୍ବାସ୍ଥ୍ୟ ପ୍ରତି ହିତକର। କିନ୍ତୁ ଏହି ବ୍ୟାୟାମ ସମୟରେ କରୁଥିବା କିଛି ଭୁଲ୍‌ ପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମିତି ଏକ ଭୁଲ୍‌ ହେଉଛି ମେକ୍‌ଅପ୍‌ ହୋଇ ବ୍ୟାୟାମ କରିବା। ବ୍ୟାୟାମ କରିବା ବେଳେ ଦେହରୁ ବହୁତ ଝାଳ ବାହାରିଥାଏ। କିନ୍ତୁ କିଛି ଲୋକ ବ୍ୟାୟାମ ବେଳେ ମଧ୍ୟ ଭଲ ଦିଶିବାକୁ ମେକ୍‌ ଅପ୍‌ ନେଇଥାନ୍ତି। ଆଉ କିଛି ଲୋକ ବ୍ୟାୟାମ କରିବା ବେଳେ ଫଟୋ ଉଠାଇବାକୁ ଘରୁ ମେକ୍‌ଅପ୍‌ ହୋଇ ଯାଇଥାନ୍ତି। କିନ୍ତୁ ଏହା ହୁଏତ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ମେକ୍‌ଅପ୍‌ ଲଗାଇ ବ୍ୟାୟାମ କରିବା ଶରୀର ତଥା ତ୍ବଚା ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମେକ୍‌ଅପ୍‌ ଲଗାଇ ବ୍ୟାୟାମ କରିବା ଦ୍ବାରା ଆମର କ’ଣ କ୍ଷତି ହୋଇଥାଏ –

ବିଶେଷଜ୍ଞଙ୍କ କହିବାନୁଯାୟୀ, ମେକ୍‌ଅପ୍‌ ସହ ବ୍ୟାୟମ ବା କସରତ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଝାଳ ହୋଇଥିବା ତ୍ୱଚାକୁ ତୁରନ୍ତ ପୋଛି ସଫା କରିନେବା ଉଚିତ। କିନ୍ତୁ ଯଦି ମେକ୍‌ ଅପ୍‌ କରିଥାନ୍ତି ତେବେ ଝାଳକୁ ପୋଛିପାରି ନଥାନ୍ତି। ଏହା ଦ୍ୱାରା ମେକ୍‌ଅପ୍‌ ପୋଛି ହେବା ଭୟ ଥାଏ। ଫଳରେ ଏହି ଝାଳ ମେକ୍‌ଅପ୍‌ ସହ ମିଶି ତ୍ୱଚାକୁ ଖରାପ କରିଥାଏ।

- Advertisement -

ବ୍ୟାୟାମ କରିବା ସମୟରେ ଆମ ଶରୀରର ତାପମାତ୍ରା ବଢ଼ିଯାଏ। ତେଣୁ ଶରୀରକୁ ଥଣ୍ଡା ରଖିବା ପାଇଁ ଏହି ସମୟରେ ଝାଳ ବାହାରେ। ଶରୀର ଭିତରର ତାପମାତ୍ରା ବଢ଼ିବା ଦ୍ୱାରା ଆମ ତ୍ୱଚାର ଲୋମକୂପ ଖୋଲିଯାଏ। ଏହି ଲୋମକୂପ ଦେଇ ଶରୀରରୁ ଝାଳ ଓ ଅତିରିକ୍ତ ତୈଳାଂଶ ବାହାରିଥାଏ। ଯଦି ଆପଣ ବ୍ୟାୟାମ କରିବା ବେଳେ ମେକ୍‌ଅପ୍‌ କରୁଛନ୍ତି ତେବେ ଏହା ଲୋମ କୂପକୁ ବନ୍ଦ କରିଦିଏ। ଏହା ଦ୍ୱାରା ଝାଳ ଓ ତୈଳାଂଶ ବାହାରକୁ ବାହାରି ନ ପାରି ଭିତରେ ହିଁ ଜମା ହୋଇଯାଏ। ଫଳରେ ବ୍ୟାକ୍ଟେରିଆ ଜନ୍ମିଥାଆନ୍ତି। ପରେ ଏହି ସ୍ଥାନରୁ ବ୍ରଣ ବାହାରିବା ସହ ଦାଗ ହୋଇଯାଏ।

ତେଣୁ ବ୍ୟାୟାମ ତଥା କସରତ କରିବା ପୂର୍ବରୁ ସବୁବେଳେ ମୁହଁକୁ ପରିଷ୍କାର ଭାବେ ସଫା କରି ନରମ ତଉଲିଆରେ ପୋଛି ଦିଅନ୍ତୁ। ଏହା ଦ୍ୱାରା ଲୋମ କୂପ ଖୋଲିଯିବ ଓ ବ୍ୟାୟାମ ବେଳେ ସହଜରେ ଅଏଲ ଓ ଝାଳ ବାହାରକୁ ବାହାରି ପାରିବ। ସେହିପରି ବ୍ୟାୟାମ କରିସାରିବା ପରେ ଟିକେ ଝାଳ ଶୁଖିଗଲେ ତ୍ୱଚାକୁ ପରିଷ୍କାର କରି ଧୋଇବା ମଧ୍ୟ ଜରୁରୀ। ଏହା ଦ୍ୱାରା ଶରୀରରେ କୌଣସି ବର୍ଜ୍ୟବସ୍ତୁ ଆଉ ଜମା ହୋଇ ରହିବ ନାହିଁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories