www.samajalive.in
Wednesday, December 10, 2025
18.1 C
Bhubaneswar

ଖୁବ ଶୀଘ୍ର ଆସିବ ଆଇପିଏଲ୍‌ କ୍ରୀଡାସୂଚୀ

ବେଙ୍ଗାଲୁରୁ : ପୁଣି ଦେଖିବାକୁ ମିଳିବ ଆଇପିଏଲ୍‌ ରୋମାଞ୍ଚ । ୨୦୨୨ର ଆଇପିଏଲ୍‌ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁଥିବା ବେଳେ ଖୁବ ଶୀଘ୍ର ପ୍ରକାଶ ପାଇବ କ୍ରୀଡା ସୂଚୀ। ତେବେ ଚଳିତ ବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ସମସ୍ତ ଲିଗ୍‌ ମ୍ୟାଚ୍ ମୁମ୍ବଇ ଓ ପୁଣେର ୪ଟି ଷ୍ଟାଡିୟମ୍‌ରେ ଖେଳାଯିବ । ମୋଟ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ମୁମ୍ବଇରେ ୫୫ଟି ଓ ପୁଣେରେ ୧୫ଟି ମ୍ୟାଚ୍‌ ଖେଳାଯିବ। ମୁମ୍ବଇର ୱାଙ୍ଖେଡ଼େ, ଡିୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଏବଂ ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ମ୍ୟାଚ୍‌ସବୁ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏହି ୪ଟି ଷ୍ଟାଡିୟମ୍‌ରେ ୪୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ମିଳିବ।  ପରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ଅଧିକ ଦର୍ଶକଙ୍କୁ ଅନୁମତି ଦିଆଯିବାର ନିଷ୍ପତ୍ତି ନିଆଯିବ। ୪ଟି ପ୍ଲେ-ଅଫ୍ ମ୍ୟାଚ୍‌ କେଉଁଠାରେ ଖେଳାଯିବ ସେ ନେଇ ନିଷ୍ପତ୍ତି ନିଆଯିବା ପରେ  କ୍ରୀଡାସୂଚୀ ପ୍ରକାଶ ପାଇବ।

ସୂଚନା ଯୋଗ୍ୟ ଚଳିତ ବର୍ଷର ଆଇପିଏଲ୍‌ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ମେ’ ୨୯ରେ ଶେଷ ହେବ ବୋଲି ଗୁରୁବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories