www.samajalive.in
Sunday, December 7, 2025
26.1 C
Bhubaneswar

ଯୁବପିଢ଼ିଙ୍କୁ ସଫଳ ଚାଷୀ ରବୀନ୍ଦ୍ରଙ୍କ ପରାମର୍ଶ ; ଦାଦନ ଖଟିବା ଅପେକ୍ଷା ଗାଁରେ ଚାଷ ଭଲ

ବାଲେଶ୍ୱର : କରୋନା ସଙ୍କଟ ସମୟରେ ଆର୍ଥିକ ମାନ୍ଦାବସ୍ଥାରୁ ସୁଧୁରିବା ଲାଗି ପନିପରିବା ଓ ଅନ୍ୟାନ୍ୟ କୃଷିକର୍ମ ହିଁ ଅଧିକ ଉପାର୍ଜନକାରୀ ଉପାୟ। ଏହା କହିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତ କାଠପାଳ ଗାଁର ସଫଳ ଚାଷୀ ରବୀନ୍ଦ୍ର କୁମାର ବେହେରା। ତିନି ବର୍ଷ ଭିତରେ ସେ ନିଜକୁ ଜଣେ ସଫଳ ଚାଷୀ ରୂପେ ପ୍ରତିଷ୍ଠା କରିବା ସହ କୃଷି ଅର୍ଥନୀତି କିଭଳି ସଙ୍କଟକାଳରେ ସହାୟକ ହୋଇଥାଏ ତାହା ପ୍ରମାଣିତ କରିଛନ୍ତି। ଆଗରୁ ରାଜନୀତି କରୁଥିଲେ। ତାହାକୁ ଛାଡି ବାପାଙ୍କ ପରିବା ଚାଷରେ ମନୋନିବେଶ କଲେ ରବୀନ୍ଦ୍ର। ସୋନ ନଦୀ କୂଳରେ ଥିବା ୧୦ ଏକର ଜମିରେ ଖରିଫ ଋତୁରେ ୧୦ ଏକରରେ ଧାନ ଚାଷ କରୁଥିଲେ। ରବି ଋତୁରେ ୫ ଏକରରେ ଧାନ ଓ ୫ ଏକରରେ ପରିବା ଚାଷ କରି ସେ ନିଜକୁ କେବଳ ସ୍ବାବଲମ୍ବୀ କରିପାରିନାହାନ୍ତି। ବରଂ ତାଙ୍କ କ୍ଷେତରେ ୮ ଜଣ ଶ୍ରମିକଙ୍କୁ କାମ ମଧ୍ୟ ଯୋଗାଇପାରିଛନ୍ତି ରବୀନ୍ଦ୍ର। ଏବେ ୫ ଏକର ଜମିରେ ବାଇଗଣ, ଜହ୍ନି, କାକୁଡ଼ି, ସଲରା, ବୋଇତାଳୁ ଲଗାଇଛନ୍ତି। ସେହିପରି ୨୦୦ କଦଳ ଗଛ, ୪୦୦ ଅମୃତ ଭଣ୍ଡା ଗଛ ବି ଲାଗିଛି। ୮୦୦ ଖମ୍ବଆଳୁ ଗଛ ମଧ୍ୟ ଲଗାଇଛନ୍ତି। ଏ ସମସ୍ତ ପାଇଁ ୮ ଜଣ ଶ୍ରମିକ ମଧ୍ୟ ରହିଛନ୍ତି। ସୋନ ନଦୀରୁ ପାଣି ଅଧିକ ଉଠାଇବା ପାଇଁ ସେଲୋ ପମ୍ପ ବସାଇଛନ୍ତି। ଶ୍ରମିକଙ୍କ ସହ ଖୋଦ୍‌ ରବୀନ୍ଦ୍ର ନିଜେ ମଧ୍ୟ କାମ କରିଥାନ୍ତି। ପ୍ରାକୃତିକ ବିପର୍ୟ୍ୟୟ ଓ କରୋନା ଭଳି ପରିସ୍ଥିତି ନ ଉପୁଜିଲେ ଚାଷରୁ ଜଣେ ବ୍ୟକ୍ତି ଅତି ସହଜରେ ବାର୍ଷିକ ୩ରୁ ୪ଲକ୍ଷ ଟଙ୍କା ରୋଜଗାର କରିପାରିବ ବୋଲି ସେ କହନ୍ତି ସେ।

ଚାଷର ଲାଭ କ୍ଷତି ସମ୍ପର୍କରେ ରବୀନ୍ଦ୍ରଙ୍କ କୁହନ୍ତି, ଚଳିତ ବର୍ଷ ଆରମ୍ଭରେ ତରଭୁଜ ଚାଷରେ ବହୁତ କମ ଲାଭ ମିଳିଥିଲା। ତରଭୁଜ ଠିକ୍‌ ଅମଳ ସମୟରେ ଲକ ଡାଉନ ହୋଇଗଲା। ପ୍ରତିବର୍ଷ ତରଭୁଜ କିଲୋ ପ୍ରତି ୧୫ ଟଙ୍କା ଦରରେ ଆମଠାରୁ ବେପାରୀ ନେଇ ଯାଆନ୍ତି। ହେଲେ ଚଳିତ ବର୍ଷ ଲକ ଡାଉନ ହେବାରୁ ଆମେ ନେଇ ବେପାରୀଙ୍କୁ ୮ ଟଙ୍କାରେ ଦେଲୁ; ହେଲେ ପରେ ବେପାରୀ ବିକ୍ରି ହେଲାନାହିଁ ବୋଲି କହି ୬ଟଙ୍କା ଦରରେ ତରଭୁଜ କିଣିଲେ। ସବୁ ଟଙ୍କା ଏଯାଏ ବି ମିଳି ନାହିଁ। ମୋଟ ୧୫୦ କୁଇଣ୍ଟାଲ ତରଭୁଜ ଏଥର ବିକ୍ରି କରିଥିଲି। ଅନ୍ୟ ପକ୍ଷରେ ପନି ପରିବା ପାଇଁ ଯଦି ପ୍ରାକୃତିକ ବିପର୍ୟ୍ୟୟ ନହୁଏ, ତେବେ ଖୁବ ଭଲ ଲାଭ ହୋଇଥାଏ। ଖରିଫ ଧାନରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ପ୍ରାୟ ୫ଲକ୍ଷ ଟଙ୍କା ମିଳିଥାଏ। ସେହିପରି ରବି ଋତୁରେ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇ ପ୍ରାୟ ୧ ଲକ୍ଷ ୩୦ ହଜାର ଭଳି ଟଙ୍କା ମିଳିଥାଏ। ପନିପରିବାରୁ ଅତି କମ୍‍ରେ ବାର୍ଷିକ ୨ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲାଭ ମିଳିଥାଏ। ବର୍ତ୍ତମାନର ଯୁବପିଢ଼ିଙ୍କ ରବୀନ୍ଦ୍ରଙ୍କ ପରାମର୍ଶ ହେଉଛି, ପରିଶ୍ରମ କଲେ କିଛି ବି ଅସାଧ୍ୟ ହେବ ନାହିଁ। ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ଦିନକୁ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରୁଛନ୍ତି; ପାରିଶ୍ରମିକ ଭାବେ ୮ରୁ ୧୨ ହଜାର ଟଙ୍କା ଅତିବେଶିରେ ପାଉଛନ୍ତି। ଏମିତି ହେଲେ ବାର୍ଷିକ ୧ ଲକ୍ଷ କୋଡ଼ିଏ ହଜାର ରୋଜଗାର କରିପାରିବେ। ତା ସହିତ ସମସ୍ତ ଖର୍ଚ୍ଚ ରହିଛି। ହେଲେ ମୁଁ ବାଜି ମାରି କହିପାରେ, ଜଣେ ଯଦି ଗୋଟିଏ ଏକର ଜମିରେ ଚାଷ କରେ ଓ ଦିନକୁ ୬ ଘଣ୍ଟା ସେଥିରେ କାମ କରେ ତେବେ ସେ ନିଶ୍ଚିତ ବର୍ଷକୁ ୩ ଲକ୍ଷ ଟଙ୍କା ରୋଜଗାର କରିପାରିବ। ନିଜର ଜମି ନଥିଲେ ଅନ୍ୟ ଜମିକୁ ଭଡ଼ା ସୂତ୍ରରେ ମଧ୍ୟ ନେଇ ଚାଷ କରିହେବ। ହେଲେ ଏଥିପାଇଁ ସାହସ ସଞ୍ଚୟ କରି ଆଗେଇ ଆସିବାକୁ ପଡ଼ିବ। ବାହାର ରାଜ୍ୟରେ ଅଖିଆ ଅପିଆ ୧୨ ଘଣ୍ଟା କାମ କରୁଥିବା ଜଣେ ଯୁବକ ନିଜ ଘରେ କାହିଁକି ଅଧା ପରିଶ୍ରମ କରି ତିନିଗୁଣ ଲାଭ ନ ପାଇବ? ଏହି ସମୀକରଣ ପ୍ରତି ଯୁବପିଢି ଗୁରୁତ୍ବ ସହିତ ଚିନ୍ତା କରିବା ଦରକାର।
ଅନ୍ୟପକ୍ଷରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଚାଷକୁ ପ୍ରୋତ୍ସାହନ ଦେଉଥିବାରୁ ଯୋଜନାକୁ ବ୍ୟବହାର କରି ତାହାର ସୁଫଳ ମଧ୍ୟ ପାଇବା ଦରକାର।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories