www.samajalive.in
Monday, December 15, 2025
16.1 C
Bhubaneswar

ବରଗଡ଼ -ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ବରଗଡ଼ : ବରଗଡ଼ ଜିଲାର ବିକାଶ ରେ ଏକ ନୂତନ ଇତିହାସ ଯୋଡ଼ି ହୋଇଛି । ମାନ୍ୟବର ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଆନ୍ତରିକତା ଏବଂ ଉଦ୍ୟମ ଯୋଗୁଁ  ବରଗଡ଼ -ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ୪୧୪ କୋଟି ୨୪ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ବାରା କ୍ରମବର୍ଧିଷ୍ଣୁ ବରଗଡ଼, ବରପାଲି ଓ ବଲାଙ୍ଗୀର ସହରର ବିକାଶ ରେ ସହାୟକ ହେବ । ବରଗଡ଼ ଜିଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇ ସାଂସଦ ସୁରେଶ ପୁଜାରୀ କହିଛନ୍ତି ।

କେନ୍ଦ୍ର ସରକାର ଅନୁମୋଦନ କରିଥିବା ପ୍ରକଳ୍ପ ଅନୁଯାୟୀ ବରଗଡ଼-ବରପାଲି ଜାତୀୟ ରାଜପଥକୁ ଚାରି ଥାକିଆ, ବରପାଲି-ବଲାଙ୍ଗୀର ଜାତୀୟ ରାଜପଥର ପ୍ରଶସ୍ତି କରଣ ଏବଂ ବରଗଡ-ବଲାଙ୍ଗୀର ସମ୍ପୂର୍ଣ୍ଣ ରାଜପଥର ସୌନ୍ଦରଜିକରଣ,ଅଲୋକୀକରଣ କରାଯିବ । ପ୍ରକାଶ ଥାଉକି ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଅର୍ଥ ବ୍ୟବସ୍ଥା କେନ୍ଦ୍ର ସରକାର ବହନ କରିଛନ୍ତି ଏବଂ ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ସମ୍ପୃକ୍ତ କର୍ତ୍ତୃପକ୍ଷ ଆହ୍ୱାନ କରିବେ ଏବଂ ୨୦୨୨ ସୁଦ୍ଧା ଏହି କାମ ଶେଷ ହେବ ବୋଲି ମାନ୍ୟବର ସାଂସଦ କହିଥିଲେ। ଏହି ବୃହତ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ଜିଲ୍ଲା ଵିଜେପି ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନନୀୟ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି ଏବଂ ମାନନୀୟ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଏ ହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥି, ଅରୁପାନନ୍ଦ ସାହୁ ,ଅଶୋକ ପଣ୍ଡା ,ରବି ନାରାୟଣ ଦାଶ, ସୁଶାନ୍ତ ମିଶ୍ର, କୁଶ କୁମ୍ଭାର,ଭରତ ବେହେରା, ସୁବ୍ରତ ହୋତା,  ବିଜୟ ଦାଶ,ଅମିତ ପଣ୍ଡା ,ଦେବେଶ ଶତପଥି ,ମହେନ୍ଦ୍ର ପୁରୋହିତ , ସୁଦାମ ମହାପାତ୍ର , ପରୀକ୍ଷିତ ଛତର, ପିଙ୍କୁ ମେହେର ପ୍ରମୁଖ ସହଯୋଗ ଥିଲେ ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories