www.samajalive.in
Monday, December 15, 2025
17.1 C
Bhubaneswar

ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ : ଘରେ ପରିବାର ସହ ପାଳନ କରିବାକୁ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ :  ଆସନ୍ତାକାଲି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମସ୍ତ ସାମାଜିକ ଦୂରତ୍ୱ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଏହି ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି, ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ହେଉଛି ‘ଗୃହରେ ଯୋଗ ଓ ପରିବାର ସହିତ ଯୋଗ’। ସେ କହିଛନ୍ତି, ଏକ ବିଶାଳ ମହାମାରୀ ବିରୋଧରେ ବିଶ୍ୱ ସଂଗ୍ରାମ କରୁଛି। କିନ୍ତୁ କୋଭିଡ୍‍-୧୯ ସୃଷ୍ଟି କରିଥିବା ଅନେକଗୁଡ଼ିଏ ଆହ୍ୱାନର ମୁକାବିଲା ପାଇଁ ଯୋଗ ବହୁମୁଖୀ ସମାଧାନର ମାର୍ଗ ଦର୍ଶାଉଛି।
ଶ୍ରୀ ମୋଦୀ କହିଛନ୍ତି, ଯୋଗ ଲୋକମାନଙ୍କୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ଜଣାଇବା ପାଇଁ ସୁଯୋଗ ଦେଇଥାଏ। ଏହା ଏକ ଦୃଢ଼ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ୟ ସହାୟକ ହୋଇଥାଏ। ମାନସିକ, ଶାରିରୀକ ଓ ମନସ୍ତାତ୍ତ୍ୱିକ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ଯୋଗ ସାହାଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍ ପରବର୍ତ୍ତୀ କାଳରେ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ। ଯୋଗ ଆହୁରି ଲୋକପ୍ରିୟ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ଗତ କିଛି ବର୍ଷ ଧରି ବିଶେଷ କରି ଯୁବବର୍ଗ ମଧ୍ୟରେ ଯୋଗ ଲୋକପ୍ରିୟ ହେଉଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories