ପାସ୍ପୋର୍ଟ ପାଇଁ ଆଉ ଧାଡିରେ ଛିଡା ହେବା ଆବଶ୍ୟକତା ନାହିଁ,ଏବେ ଘରକୁ ଆସିବ ପାସ୍ପୋର୍ଟ
ସାଧାରଣ ଲୋକଙ୍କ ପାଇଁ ଆସୁଛି ଏକ ନୂଆ ସେବା। ପ୍ରଧାନମନ୍ତ୍ରୀଙ୍କ ଏକ ଯୋଜନା ଅନୁଯାୟୀ ମଙ୍ଗଳବାରରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହାକୁ ଘୋଷଣା କରିଛନ୍ତି। ଯାହା ହେଉଛି ସ୍ମାର୍ଟ ଫୋନରେ ଗୁଗୁଲ୍ ମାଧ୍ୟମରେ ପାସ୍ପୋର୍ଟ ସେବା ନାମକ ଏକ ଆପ୍କୁ ଡାଉନ୍ଲୋଡ଼୍ କରାଯାଇ, ଏହି ଆପ୍ରେ ପାସ୍ପୋର୍ଟ ପାଇଁ ଆବେଦନ କରିପାରିବେ। ଏହି ଆପ୍ ଦ୍ୱାରା ଦେଶର ଯେ କୌଣସି ସ୍ଥାନ ପାଇଁ ମଧ୍ୟ ପାସ୍ପୋର୍ଟ ଆବେଦନ କରାଯାଇପାରିବ। ଏଥିରେ ଯାହା ଆବଶ୍ୟକ ତାହା ଆପ୍ରେ ଥିବା ଏକ ଫର୍ମରେ ପୂରଣ କରିହେବ। ଏହା ପରେ ସେଥିରେ ଠିକଣା ପାଇଁ ମଧ୍ୟ ନିର୍ଦ୍ଦେଶ ଥିବ। ଏହି ସମସ୍ତ ତଥ୍ୟ ପୂରଣ ହେବା ପରେ କିଛି ଦିନ ମଧ୍ୟରେ ଅଧିକୃତ କର୍ମଚାରୀଙ୍କ ଦିଆଯାଇଥିବା ଠିକଣାରେ ତାହାର ଯାଞ୍ଚ କରାଯିବ। ନିୟମାବଳୀ ଅନୁଯାୟୀ ଛାଡ଼ପତ୍ର ହୋଇଥିବା ମହିଳାଙ୍କର ନିଜର ପତିଙ୍କର ନାମ କି ଠିକଣାର ମଧ୍ୟ ଏଥିରେ ଆବଶ୍ୟକତା ନାହିଁ। ଏହି ସେବା କାର୍ଯ୍ୟକାରୀ ହେଲେ ଲୋକଙ୍କୁ ପାସ୍ପୋର୍ଟ କାର୍ଯ୍ୟାଳୟରେ ଆଉ ବହୁ ସମୟ ଧାଡ଼ି ବାନ୍ଧି ଛିଡା ହେବାକୁ ପଡ଼ିବ ନାହିଁ।