www.samajalive.in
Saturday, December 6, 2025
16.1 C
Bhubaneswar

ଶାନ୍ତି ଆଲୋଚନାକୁ ଚୀନର ଆଖିଠାର

ନୂଆଦିଲ୍ଲୀ: ଚୀନ ଗୋଟିଏ ପଟେ ଗଲୱାନ ଘାଟିରେ ଭାରତ ସହିତ ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା କହୁଥିବାବେଳେ ଅନ୍ୟପଟେ ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୋମବାର ରାତିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଚୀନ ଭାରତ ସହିତ କୌଣସି ପ୍ରକାର ବିବାଦ ଚାହୁଁନାହିଁ ବୋଲି କହିଥିଲା। ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଛି। କିନ୍ତୁ ଏହା ଭିତରେ ଚୀନ ଗଲୱାନ ଭ୍ୟାଲିରେ ପୁଣି ହଜାର ହଜାର ସୈନ୍ୟ ମୁତୟନ କରିବା ସହିତ ନିର୍ମାଣ ସାମଗ୍ରୀ ଠୁଳ କରୁଥିବା ସାଟେଲାଇଟ୍‌ ଦ୍ବାରା ନିଆଯାଇଥିବା ଫଟୋରୁ ଦେଖିବାକୁ ମିଳିଛି। ଏହା ଶାନ୍ତି ଆଲୋଚନାକୁ ଚୀନର ଆଖିଠାର ବୋଲି କୁହାଯାଉଛି।

ଗଲୱାନ ଭ୍ୟାଲିରେ ଚୀନର ଏକାଧିକ ଯାନବାହନ ଚଳାଚଳ କରୁଥିବା ନୂଆ ସାଟେଲାଇଟ ଫଟୋରେ ଦେଖିବାକୁ ମିଳିଛି। ଚୀନ ସୈନ୍ୟଙ୍କୁ ଏହି ଯାନରେ ନେବା ଆଣିବା କରାଯାଉଛି। ଏହା ସହିତ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ଯନ୍ତ୍ରାଂଶ ଏବଂ ଉପକରଣ ପରିବହନ କରାଯାଉଛି। ପିଏଲଏ ସୈନିକମାନଙ୍କ ଲାଗି ଟେଣ୍ଟ ନିର୍ମାଣ ମଧ୍ୟ ଚାଲିଛି। ଉତ୍ତେଜନା ପରିସ୍ଥିତି ହ୍ରାସ କରିବା ଲାଗି ସାମରିକ ସ୍ତରରେ ଆଲୋଚନା ଜାରି ରହିଥିବାବେଳେ ଚୀନର ଏଭଳି କାର୍ଯ୍ୟ ଭିନ୍ନ କଥା କହୁଛି।

- Advertisement -

ଗତକାଲି ଭାରତ ଏବଂ ଚୀନ ମଧ୍ୟରେ ପ୍ରଥମ ମେଜର ଜେନେରାଲ ସ୍ତରୀୟ ବୈଠକ ଅନୁ​ଷ୍ଠିତ ହୋଇଥିଲା। ଚୀନ ଭାରତ ସହିତ କୌଣସି ବିବାଦ ଚାହୁଁନାହିଁ ବୋଲି ଚୀନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍କର୍ଶ ବାହାରିପାରି ନ ଥିଲା। ଗୁରୁବାର ୨ୟ ଥର ଲାଗି ମେଜର ଜେନେରାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories